ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କେରୋହିଗାଡ଼ିଆ ଗ୍ରାମବାସୀ ମାନେ ନିଜ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଅଣ୍ଟା ଭିଡ଼ି ଆଗକୁ ବଢ଼ିଛନ୍ତି । ନିଜ ଅଞ୍ଚଳରେ ଥିବା ସରକାରୀ ଜମିକୁ ଯେଉଁମାନେ ଅକ୍ତିଆର କରି ରଖିଛନ୍ତି, ତାହାକୁ ନିଜ ଇଚ୍ଛାରେ ଯଥାଶୀଘ୍ର ଛାଡିବା ପାଇଁ ଗ୍ରାମର ବୈଠକ ଘରେ ଏକ ବୈଠକ ଡାକି ସେଥିରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି । ଗ୍ରାମରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ରାସ୍ତା କଡ଼ରେ ଖତ ଗାଡ଼ିଆ କରିଥିବା ଜାଗାକୁ ଯଥାଶୀଘ୍ର ସଫାକରିବା , ରାସ୍ତାର ଦୁଇପାର୍ଶ୍ୱରେ ଗାଈଗୋରୁ ମାନଙ୍କୁ ନ ବାନ୍ଧିବା ଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମର କୋଠଘରେ ଆୟୋଜିତ ହୋଇଥିବା ବୈଠକରେ ଗ୍ରାମର ଭିକାରୀ ଚରଣ ବେହେରା, ବିଭୁପ୍ରସାଦ ସାହୁ, ବିଜୟ କୁମାର ପରିଡା, ସୁଶାନ୍ତ କୁମାର ପରିଡା ଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।