ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଉତ୍ତରପ୍ରଦେଶ ରେ ବିଜେପି ସରକାର ଦ୍ୱାରା ଚାଷୀଙ୍କୁ ହତ୍ୟା ଓ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ଆଜି ଦିନ ୩ ଟା ରୁ ୪ ଟା ପର୍ଯ୍ୟନ୍ତ ଥାନା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଛି , ଏଥିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ, ନିରଞ୍ଜନ ମହପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ମହମଦ୍ ସମିମ୍ , ମୁନା ଖାଁ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଲିପକ ସାହୁ, ବିଧାନସଭା ଯୁବ କଂଗ୍ରେସ ସଭାପତି ସ୍ୱରୂପ କାନୁନଗୋ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଅନିଲ ଦାସ, ହିମାଂଶୁ ପରିଜା, ସରପଞ୍ଚ ବୀରବର ପରିଡ଼ା, ନାରାୟଣ କାନୁନଗୋ, ଜିଲ୍ଲା ଯୁବ କଂଗ୍ରେସ କୋଷାଧ୍ୟକ୍ଷ ବିଜୟ ବିଶ୍ଵାଳ, ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ଦାସ, ସମିତି ସଭ୍ୟ ପ୍ରଶାନ୍ତ କୁମାର ନାଥ, ଅନନ୍ତ ବାସୁଦେବ ମିଶ୍ର, ନିରଞ୍ଜନ ସେନ, ଜ୍ଞାନ ରଞ୍ଜନ ପୃଷ୍ଟି, ମାନସ ରଥ, ହେଦୟତ୍ ଅଲ୍ଲୀ, ପ୍ରମୁଖ ଉପସ୍ଥିତ ଥିଲେ l
ଥାନା ପରିସରରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଙ୍କ ନିକଟରେ କଂଗ୍ରେସ ଦଳ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା !!!

