ଛତିଶିଗଡ ରୁ ଓଡ଼ିଶା କୁ ଲମ୍ବିଲାଣି ଚେର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବେଙ୍ଗରାଜପଲି ମାଟିଆସାହି ଗ୍ରାମରେ ଦେଖିବାକୁ ମିଳିଛି ସୁନା ଚୋରି ର ଅଭିନବ ପ୍ରକ୍ରିୟା . ପଡୋଶୀ ରାଜ୍ୟ ଛତିଶିଗଡର ରୁ କିଛି ମହିଳା ଆସି ନିଜକୁ ଫେରିବାଲା ପରିଚୟ ଦେଇ ଅସଲି ହାର ନେଇ ନକଲି ହାର ଦେଇଥିବାର ଅଭିଯୋଗ ହେଇଛି । ଦିନକୁ ଦିନ ବଢ଼ିଗଲାଣି ଲୁଟେରା ମାନଙ୍କ ପ୍ରାଦୁର୍ଭାବ . ଭିନ୍ନ ଭିନ୍ନ ଢ଼ଙ୍ଗରେ କିଛି ମହିଳା ଲୁଟେରା ନିଜକୁ ଫେରିବାଲାର ପରିଚୟ ଦେଇ ଗାଆଁ ଗହଳି ରେ ପଶି ଅସଲି ହାର ନେଇ ନକଲି ହାର ଦେଇଛନ୍ତି | ଗତ କିଛଦିନ ତଳେ ବାଣପୁରର ବେଙ୍ଗରାଜପଲି ଗ୍ରାମକୁ ଯାଇଥିଲେ , ସେ ଗ୍ରାମର କିଛି ମହିଳା ନିଜର ସୁନାଚେନ କୁ ତାଙ୍କ ହାତରେ ଗୁନ୍ଥିବାକୁ କହିଥିଲେ . ସେଦିନ ସେ ଫେରିବାଲା ମହିଳା ମାନେ ତାଙ୍କ ପାଖରେ ସୂତା ନାହିଁ ବୋଲି ମିଛ ବାହାନା କରି ସେଠାରୁ ଫେରି ଆସିଥିଲେ . ଗତକାଲି ପୁଣି ଥରେ ସେ ଗ୍ରାମକୁ ଯାଇଥିଲେ ମହିଳା ଲୁଟେରା ସେ ଗ୍ରାମର ମହିଳା ମାନଙ୍କୁ ନିଜର ସୁନା ଚେନ୍ ଆଣ , ଗୁନ୍ଥିଦେବି ବୋଲି କହିଥିଲେ . ମହିଳା ଲୁଟେରା ଚେନ୍ ଟିକୁ ଲୁଚାଇ , ନିଜ ପାଖରେ ଆଘରୁ ରଖିଥିବା ପିତଳର ସୁନା ଚେନ ପିନ୍ଧେଇ ଦେଇଥିଲେ . ସଙ୍ଗେ ସଙ୍ଗେ ସେ ଜାଗା ଛାଡି ପଳେଇଲେ କିଛି ସମୟ ପରେ ନିଜର ସୁନା ଚେନ ପିନ୍ଧିଥିବା ମହିଳା ଜଣକ ଆଇନା ମୁଣ୍ଡ କୁଣ୍ଡଉଥିବା ସମୟରେ ବେକରେ ଲାଗିଥିବା ଚେନ୍ ଠିକୁ ଦେଖିଲେ ଦେଖିଲା ବେଳକୁ ତାଙ୍କ ବେକରେ ଗୋଟିଏ ପିତଳ ଚେନ୍ ଲାଗିଛି |ସଙ୍ଗେ ସଙ୍ଗେ ଖବର ପାଇ ଗ୍ରାମବାସୀ ତାଙ୍କ ପିଛା କରି ମହିଳା ଲୁଟେରା ମାନଙ୍କୁ ତୁମ୍ବୁରାଫୁଟ ଛକ ନିକଟରୁ କାବୁ କରି ପୋଲିସକୁ ଜିମା ଦେଇଥିଲେ . ପୋଲିସ୍ ମହିଳା ଲୁଟେରା ମାନଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *