ବାଲୁଗାଁ କଲେଜ ରେ ଆଲୋଚନା ଚକ୍ର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଶ୍ୱ ଶିକ୍ଷକ ଦିବସ ଅବସରରେ ବାଲୁଗାଁ କଲେଜ ଶିକ୍ଷକ ସଂଘ ଆନୁକୂଲ୍ୟରେ ‘”ପିତା ମାତାଙ୍କ ଆଶିର୍ବାଦ ପ୍ରଭୁ କୃପା ଠାରୁ ଅଧିକ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସଂଘ ସଭାପତି ଅଧ୍ୟାପିକା ଡଃ କଳ୍ପନା ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଅଧ୍ୟାପିକା ଡଃ ଜୟନ୍ତୀ ସାମଲ, ଅଧ୍ୟାପକ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ଡଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ , ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ଅଧ୍ୟାପିକା ସୁନୀତା ନଦୀ, ପ୍ରଦୀପ କୁମାର ପାଢ଼ୀ ପ୍ରମୁଖ ଭାଗ ନେଇ ଥିଲେ । ବର୍ତ୍ତମାନ ସମାଜରେ ବୃଦ୍ଧ ପିତା ମାତାଙ୍କୁ ହତାଦର କରିବା, ଭରଣପୋଷଣ ପାଇଁ ପୁଅ ମାନଙ୍କ ମଧ୍ୟରେ ଭାଗ ବାଣ୍ଟିବା, ବୃଦ୍ଧାଶ୍ରମରେ ଛାଡ଼ିବା ଦେଖାଯାଉଛି । ପ୍ରକୃତରେ ପିତା ମାତା ଜୀବନ୍ତ ଠାକୁର । ତାଙ୍କ ଆଶିର୍ବାଦ ଲାଭ କଲେ ସମସ୍ତ ସଫଳତା ମିଳିଥାଏ । ଶିଳା ପାଷାଣ କୁ ପୂଜା କରିବା ପୂର୍ବରୁ ପିତା ମାତାଙ୍କୁ ପୂଜା କରିବା ଉଚିତ । ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତ ଯୋଗଦେଇ ସମସ୍ତ ବକ୍ତା ମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶିକ୍ଷକ ସଂଘ ସଂପାଦକ ବିଜୟ କୁମାର ରାଉତ ।

Leave a Reply

Your email address will not be published. Required fields are marked *