ବାଙ୍କୀ ପ୍ରଶାସନ ସହିତ ଅବସରପ୍ରାପ୍ତ ସୈନିକ ସଂଘର ଆଲୋଚନା ସଫଳ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ଅଵସର ପ୍ରାପ୍ତ ସୈନିକ ସଂଘ ବାଙ୍କୀ ଶାଖା ପକ୍ଷରୁ ଯାତମୁଣ୍ଡିଆ ବ୍ରିଜ ଛକ ଠାରେ ନିର୍ମାଣ କରାଯାଇଥିବା ସୈନିକ ସ୍ମୁତି ପୀଠକୁ ଯେଉଁ ଭଳି ଭାବେ ପ୍ରଶାସନ ବିନା ନୋଟିସ ରେ ରାତି ଅଧିଆ ଭାଙ୍ଗି ଦେଇଥିଲା , ତାହାକୁ ନେଇ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଘୋର ବିରୋଧ କରାଯାଇ ଆସୁଥୁବା ବେଳେ ଡେରିରେ ଭାଙ୍ଗିଲା ବାଙ୍କୀ ପ୍ରଶାସନ ନିଦ. ଖୋଦ ଡମପଡା ତହସିଲଦାର କ୍ଷିତୀଶ ବେହେରା ଆଲୋଚନା ପାଇଁ ଅଵସର ପ୍ରାପ୍ତ ସୈନିକ ସଂଘକୁ କରିଥିଲେ ଚିଠି . ସଂଘ ପକ୍ଷରୁ ୫୫ ରୁ ଉର୍ଦ୍ଧ ଅବସରପ୍ରାପ୍ତ ସୈନିକ ଏବଂ ଭିନ୍ନ ଜିଲ୍ଲାରୁ ସଂଘର ସଭାପତି ଓ ସମ୍ପାଦକ ବୈଠକରେ ଯୋଗ ଦେଇଥିଲେ . ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ଅଧକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାରେ ଡମପଡା ତହସିଲଦାର କ୍ଷିତୀଶ ବେହେରା ଉପସ୍ଥିତ ରହିଥିଲେ . ପ୍ରଶାସନ ଓ ଅଵସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଯେଉଁ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ତାହା ସଫଳ ହୋଇଥିବା ବେଳେ ସହିଦ ସୈନିକ ସ୍ମୁତି ପୀଠ ନିର୍ମାଣ ପାଇଁ ଖୁବ ଶୀଘ୍ର ଏକ ନୂତନ ସ୍ଥାନ ଯୋଗାଇ ଦେବା ପାଇଁ ବାଙ୍କୀ ପ୍ରଶାସନ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି . ଯାହାକୁ ନେଇ ଏବେ ଅବସର ପ୍ରାପ୍ତ ସୈନିକ ସଂଘ ର କର୍ମକର୍ତା ଙ୍କ ଭିତରେ ଖେଳି ଯାଇଛି ଖୁସିର ଲହରୀ . ବୈଠକ ରେ ରାଜ୍ୟ ସୈନିକ ସଂଘର ସାଧାରଣ ସମ୍ପାଦକ ଲୋକନାଥ ସାହୁ , ଏସ ସି ସ୍ୱାଇଁ , ପ୍ରହ୍ଲାଦ ଗଣ୍ଠିଆଙ୍କ ସମେତ ସଂଘର ବହୁ ସଦସ୍ୟ ଯୋଗ ଦେଇଥିଲେ . ଏବେ ଅପେକ୍ଷା ରହିଲା ବାଙ୍କୀ ପ୍ରଶାସନ ଦେଇଥିବା ପ୍ରତିଶୃତିକୁ , କେବେ ମିଳିବ ଜାଗା ଆଉ ନିର୍ମାଣ ହେବ ସୈନିକ ସ୍ମୃତି ସ୍ତମ୍ବ .

Leave a Reply

Your email address will not be published. Required fields are marked *