ବଣଭୋଜି ସ୍ଥାନର ସଫେଇ ଦାୟିତ୍ଵ ନେଲା ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଆଦର୍ଶବାଦୀ କ୍ଲବ ର ବଣଭୋଜି ସ୍ଥାନ ସଫେଇ ଚିନ୍ତା . ବଣଭୋଜି ସ୍ଥାନର ସଫେଇ ଦାୟିତ୍ଵ ନେଲା ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍ . ଆଗକୁ ଶୀତଋତୁ ଆସୁଥିବାରୁ ବଣଭୋଜି ସ୍ଥାନ ମାନଙ୍କରେ ଲୋକ ମାନଙ୍କର ଆସର ଜମିବ । ପୁନଶ୍ଚ ପାର୍ବଣ ଋତୁକୁ ନଜରରେ ରଖି ଆଦର୍ଶବାଦୀ ୟଙ୍ଗଷ୍ଟାର୍ କ୍ଲବ୍ ର ସଦସ୍ୟ ମାନଙ୍କ ଦ୍ଵାରା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗୋହିରିଆପଡା ଗ୍ରାମରେ ଥିବା ମା’ ବେଲେଇଶୁଣୀ ପୀଠକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସଂଗଠନ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଜାତୀୟ ଯୁବ ସ୍ଵେଚ୍ଛାସେବୀ ସତ୍ୟବ୍ରତ ମହାରଣା ଓ ପ୍ରାଚୀତନୟା ମିଶ୍ର ଯୋଗ ଦେଇଥିଲେ । ସହଯୋଗ କରିଥିବା ସମସ୍ତ ସଦସ୍ୟଙ୍କୁ କ୍ଲବ୍ ର ସଭାପତି ମନୋରଞ୍ଜନ ମହାରଣା ଧନ୍ୟବାଦ ଜଣାଇଛନ୍ତି । ସୂଚନା ଥାଉ କି ଆଗକୁ ବଣଭୋଜିର ଋତୁ ଆସୁଥିବାରୁ ଭାପୁର ଓ ଖଣ୍ଡପଡ଼ା ବ୍ଲକର ସମସ୍ତ ବଣଭୋଜି ସ୍ଥଳ ସଫେଇ ଅଭିଯାନ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍ ହାତକୁ ନେଇଛି . ସମସ୍ତ ଜନସାଧାରଣଙ୍କୁ କ୍ଲବ୍ ର ଉପ-ସଭାପତି ସରୋଜ କାନ୍ତ ସାହୁ ବିଶେଷ ଅନୁରୋଧ କରିଛନ୍ତି ଯେ ଯେଉଁ ସ୍ଥାନରେ ବଣଭୋଜି କରୁଛନ୍ତି, ଭୋଜି ସରିବାପରେ ଉକ୍ତ ସ୍ଥାନର ଆବର୍ଜନ ଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ପକେଇ ସେ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରନ୍ତୁ । ଆମ ପରିବେଶ କୁ ଆମେ ସ୍ୱଚ୍ଛ ରଖିବା ଦରକାର .

Leave a Reply

Your email address will not be published. Required fields are marked *