ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ନୂତନ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଭାବେ ଗୌରୀ ଶଙ୍କର ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟରେ ପ୍ରାୟ 15 ମାସ ପରେ ନୂତନ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଯୋଗଦାନ କରିଥିବା ଜଣା ପଡ଼ିଛି । ପୂର୍ବତନ ସୂଚନା ଲୋକ ସମ୍ପର୍କ ଅଧିକାରୀ କରୋନାର ପ୍ରଥମ ଲହରୀ ସମୟରେ ରବି ଚନ୍ଦ୍ର ନାୟକଙ୍କ ବିୟୋଗ ଘଟିଥିଲା । ଏହାପରେ ଏହି ପଦବୀ ଖାଲି ପଡିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଥିଲା । ତେବେ ଆଜି ଏହି ପଦବୀରେ ଗୌରୀ ଶଙ୍କର ଶତପଥୀ ନୂତନ ଭାବେ ଯୋଗ ଦେଇଥିବାର ଜଣାପଡିଛି । ଗଜପତି ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ରେ କୋୖଣସି ସ୍ଥାୟୀ ଅଧିକାରୀ ନଥିବାରୁ ବହୁ ଅବହେଳିତ ଅବସ୍ଥାରେ କାର୍ଯ୍ୟାଳୟ ଟି ଚାଲିଥିଲା । କାର୍ଯ୍ୟାଳୟରେ କେବଳ ତିନି ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲା ବେଳେ ବହୁ ପଦବୀ ଖାଲି ପଡ଼ିଛି ।ଏହି ପଦବୀ କେବେ ପୂରଣ ହେବ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି ।ଜିଲ୍ଲାରେ ସ୍ଥାୟୀ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଗଣମାଧ୍ୟମ ପ୍ରତିନିଧି ମାନେ , ବର୍ତ୍ତମାନ ନୂତନ ଭାବେ ଗଜପତି ଜିଲ୍ଲାରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଦାୟିତ୍ୱ ଗ୍ରହଣ କରିଥିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକାରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି , ପ୍ରକାଶ ଥାଉକି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପଦବୀ ଖାଲି ପଡିଥିବା ଖବର ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଜିଲ୍ଲାରେ ତୁରନ୍ତ ପଦକ୍ଷେପ ନେଇଛନ୍ତି । ତେଣୁ ରାଜ୍ୟ ସରକାରଙ୍କୁ ଗଣ ମାଧ୍ୟମ ପକ୍ଷରୁ କୃତଜ୍ଞତା ଜଣାଯାଇଛି ।
ଗଜପତିରେ ନୂତନ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ : ସାମ୍ବାଦିକ ମହଲରେ ଉତ୍ସାହ !!!

