ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା କାଳୁପଡା ଘାଟ ରେଳ ଷ୍ଟେସନରେ ଘଟିଛି ଅଭାବନୀୟ ଘଟଣା । ଜଣେ ମାନସିକ ବିକାରଗ୍ରସ୍ତ ଯାତ୍ରୀକୁ ଟ୍ରେନ ବଗି ଉପରୁ ଉଦ୍ଧାର କରିବା ପାଇଁ ନାକେଦମ ହୋଇଛି ଟାଙ୍ଗୀ ଅଗ୍ନୀଶମ ବାହିନୀ । ସୂଚନା ଅନୁଯାୟୀ, ଆସାମର ଜଣେ ଯୁବକ ଟ୍ରେନ୍ ରେ ହାଓଡା ଯାତ୍ରା କରୁଥିଲେ , କିନ୍ତୁ ଟ୍ରେନଟି କୌଣସି କାରଣରୁ କାଳୁପଡା ଘାଟ ଷ୍ଟେସନରେ ଧିମା ହୋଇ ଯାଇଥିଲା । ଫଳରେ ଯୁବକ ଜଣଙ୍କ ଗାଡିରୁ ଓହ୍ଲାଇ ଷ୍ଟେସନରେ ଏଣେ ତେଣେ ବୁଲିବାକୁ ଲାଗିଥିଲେ । କିନ୍ତୁ ପରେ ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ବଗି ଉପରକୁ ଯୁବକ ଜଣକ ହଠାତ ଚଢି ଯାଇଥିଲେ ଏବଂ ଉଚ୍ଚ ଵିଦ୍ୟୁତ୍ ସଂପନ୍ନ ତାରକୁ ଧରିବାକୁ ଚେଷ୍ଟା କରିଥିଲା । ସୌଭାଗ୍ୟ ବଶତଃ ବିଦ୍ୟୁତ୍ ପ୍ରବାହ ବନ୍ଦ ଥିବାରୁ ଯୁବକ ଜଣଙ୍କ ରକ୍ଷା ପାଇ ଯାଇଥିଲେ । ଖବର ପାଇ ଟାଙ୍ଗୀ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ । ସେଠାରେ ଯୁବକ ଜଣକ ତାଙ୍କର ପରିଚୟ ପ୍ରକାଶ କରିଥିଲେ । ତାଙ୍କର ନାମ ମାନୁଜ୍ ଭୁମିଜ୍ ଏବଂ ଘର ଆସାମ ବୋଲି ଜଣାଯାଇଛି । ସମ୍ପୃକ୍ତ ଯୁବକ ମାନସିକ ବିକୃତ ଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଖବର ପାଇ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପ୍ରବକ୍ତା ସରୋଜ କୁମାର ପାଇକରାୟ, ସାମ୍ବାଦିକ ଅନନ୍ତ କୁମାର ପ୍ରଧାନ, ରାକେଶ ମହାନ୍ତି ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ମାନସିକ ଅଗ୍ରସର ପ୍ରତିଷ୍ଠାନ ପିପୁଲସ୍ ଫୋରମ ସହ ଯୋଗାଯୋଗ କରିଥିଲେ । ପିପୁଲସ୍ ଫୋରମ୍ ର ମୁଖ୍ୟ ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏକ ଉଦ୍ଧାର କାରୀ ଦଳ ଟାଙ୍ଗୀ ମେଡିକାଲରେ ପହଞ୍ଚି ମାନସିକ ଅନଗ୍ରସର ଯୁବକଙ୍କୁ ନିଜ ହେପାଜତକୁ ନେଇଥିଲେ । ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ, ବାଲୁଗାଁ ରେଳ ସୁରକ୍ଷା ବଳ ସଵ ଇନସପେକ୍ଟର ପ୍ରକାଶ ଚନ୍ଦ୍ର ଦାସ ସଂପୂର୍ଣ୍ଣ କାର୍ଯ୍ୟ ତଦାରଖ କରିଥିଲେ । ଅଗ୍ନିଶମ ଏବଂ ପୋଲିସ୍ ର ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି ।
ମାନସିକ ବିକାରଗ୍ରସ୍ତ ରେଳ ଯାତ୍ରୀକୁ ଉଦ୍ଧାର କରିବା ଲାଗି ନାକେଦମ୍ ହେଲା ଅଗ୍ନିଶମ ବାହିନୀ ।

