ଡକ୍ଟର ନରସିଂହ ଚରତିଙ୍କୁ ଗ୍ଲୋବାଲ ଗ୍ଲୋରିୟାସ ସମ୍ମାନରେ ସମ୍ମାନୀତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଜପତିର ଡକ୍ଟର ନରସିଂହ ଚରତିଙ୍କୁ ଗ୍ଲୋବାଲ ଗ୍ଲୋରିୟାସ ସମ୍ମାନରେ ସମ୍ମାନୀତ . ଗଜପତି ଜିଲ୍ଲା କାଶୀ ନଗର ବ୍ଳକ କେ ସୀତା ପୁର ପଞ୍ଚାୟତ ସଦର ମହକୁମା ନିବାସୀ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ଲୋବାଲ ଗ୍ଲୋରିୟସ ଆୱାଡ଼ରେ ସମ୍ମାନିତ କରାଯାଇ ଥିବାର ଜଣା ପଡିଛି।ସୂଚନା ଯୋଗ୍ୟ ଯେ ଡକ୍ଟର ନରସିଂହ ପ୍ରସାଦ ଚରତି ଜଣେ ଯୁବକ ହୋଇଥିଲେ ହେଁ ସେ ଜିଲ୍ଲା ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଦେଇ ପାରିଛନ୍ତି। ସେ ବାଳୁତ କାଳରୁ ବିଭିନ୍ନ କଳା ତଥା ତବଲାବାଦକ, ଢୋଲକ ଆଦି ବାଜା ବାଜଣାରେ ମାହୀର ହୋଇ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ବର୍ତ୍ତମାନ ବି କଳା ସାଧନ ଜାରି ରଖିଛନ୍ତି। ତେଣୁ ଏଥି ଲାଗି ତାଙ୍କୁ କଳା ତିଳକ, ଧ୍ରୁଵ ରତ୍ନ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ଯୁବ ଅବସ୍ଥାରେ ସେ କେ. ସୀତାପୁର ଭଳି ପଲ୍ଲୀ ଅଞ୍ଚଳର ଜନ ସାଧାରଣଙ୍କ ନିମନ୍ତେ ପାରମ୍ପରିକ ଔଷଧ ଦେବା କାର୍ଯ୍ୟ କରୁଛନ୍ତି ତାହା ବି ନିଜର ପାରିଶ୍ରମିକ ନ ନେଇ ନିଶୁଳ୍କ ସେବା ଯୋଗାଇ ଦେଇ ଅଞ୍ଚଳବାସୀଙ୍କ ସେବା ଜାରି ରଖୀଛନ୍ତି। ଏଥି ଯୋଗୁଁ ତାଙ୍କୁ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ତଥା ନୀତି ଆୟୋଗର ସହାୟତାରେ ଉତ୍ତର ପ୍ରଦେଶର ଆଗ୍ରା ଠାରେ ଗତ 26.9.2021 ଅନୁଷ୍ଠିତ ହୋଇଥିବା ଏକ ଉତ୍ସବରେ ଗ୍ଲୋବାଲ ଗ୍ଲୋରିୟାସ ଆୱାଡ଼ ପ୍ରଦାନ କରା ଯାଇଥିଲା।ହେଲେ ଏଥିରେ ସେ କୋୖଣସି କାରଣରୁ ଯୋଗ ଦେଇ ନ ପାରିବାରୁ ତାଙ୍କ ନିକଟକୁ ପୋଷ୍ଟ।ଲ ମାଧ୍ୟମରେ ପଠାଇ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବେକ ବୋନ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିଚାଳନା କରିଥିଲେ ସେହିପରି ଚଳିତ ବର୍ଷ ଅଗଷ୍ଟ 15 ତାରିଖରେ ଶ୍ରୀ ଚରତି ଅନ ଲାଇନ ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଦେଶଭକ୍ତି ପଦର୍ଶନ ପୂର୍ବକ ଜାତୀୟ ପତାକା ଧରି ଜାତୀୟ ସଙ୍ଗୀତ ଗାନ କରିଥିଲେ।ଏହି ଅନ ଲାଇନ କାର୍ଯ୍ୟକ୍ରମ ରେ 7438 ଜଣ ଯୋଡ଼ି ହୋଇ ଏକା ସଙ୍ଗେ ଜାତୀୟ ସଙ୍ଗୀତ ଗାନ କରିଥିଲେ।ଏହି କାର୍ଯ୍ୟକ୍ରମ ମାତ୍ର 52 ସେକେଣ୍ଡରେ ସମାପନ ହୋଇଥିଲା।ଏହାକୁ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ଇଣ୍ଡିଆନ ୱାରେଲ୍ଡ ରେକର୍ଡ ସମ୍ମାନରେ ତେଲେଙ୍ଗାନା ସରକାର ଙ୍କ ପକ୍ଷରୁ ହାଇଦ୍ରାବାଦ ଠାରେ ସମ୍ମାନୀତ କରା ଯାଇଥିବାର ମଧ୍ୟ ଜଣା ପଡ଼ିଛି।ଏଥିଲାଗି ତାଙ୍କୁ ପ୍ରମାଣପତ୍ର,ପଦକ, ସ୍ମାରକି ଆଦି ପ୍ରଦାନ କରାଯାଇଥିବାର ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସୁପ୍ରିମ କୋର୍ଟର ବରିଷ୍ଠ ଆଇନ ଜୀବୀ ଡକ୍ଟର ଜିଭିଏନ ଆରଏସଏସ ବର ପ୍ରସାଦ ଯୋଗ ଦେଇ ଥିଲେ।24 ବର୍ଷୀୟ ଯୁବକ ଭାବେ ଡକ୍ଟର ଚରତିଙ୍କୁ ଏପରି ସମ୍ମାନୀତ ପାଇ ଥିବାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି

Leave a Reply

Your email address will not be published. Required fields are marked *