ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରଙ୍କ ସମସ୍ତ କୋଭିଡ ନିୟମକୁ ପାଳନ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ଗଜପତି ତରଫରୁ ବିଜୟା ଦଶମୀ ଉତ୍ସବ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସିସିଡ଼ି ଅଧ୍ୟକ୍ଷ ଆର.ଜଗନ୍ନାଥ ରାଜୁ ଯୋଗଦେଇ ବିଜୟ ଦଶମୀ ଉତ୍ସବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ରୂପେ ଜିଲ୍ଲା ନଗର ବୌଦ୍ଧିକ ପ୍ରମୁଖ ସରୋଜ କୁମାର ପଣ୍ଡା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ଦିବସର ମହତ୍ତ୍ୱ ବିଷୟରେ ନିଜ ବକ୍ତବ୍ୟରେ ରଖିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଙ୍ଘ ଚାଳକ ଗୌରଙ୍ଗ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ସ୍ୱୟଂ ସେବକ ସଙ୍ଘର କାର୍ଯ୍ୟକାର୍ତ୍ତା ଗଣ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିଥିଲେ ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ବିଜୟାଦଶମୀ ଉତ୍ସବ ପାଳିତ !!

