ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ପ୍ରାତଃ ଭ୍ରମଣ ସମୟରେ ଘଟିଲା ଅଘଟଣ . ନୂଆଗାଁ ବ୍ଲକ ଅନ୍ତର୍ଗତ ସଂପଡ଼ା ରେ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ , ସଂପଡ଼ା ଗ୍ରାମ ର ତିନି ଜଣ ମହିଳା ଟିକିନା ପ୍ରଧାନ, ମାନସି ମାର୍ଥ। ଏବଂ ସୁରୁବାଳା ପରିଡ଼ା ପ୍ରାତଃ ଭ୍ରମଣ ରେ ଯାଇଥିବା ବେଳେ ପଛ ପଟୁ ଏକ ଗାଡ଼ି ଧକା ମାରିବାରୁ ଘଟଣା ସ୍ଥଳ ରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଅଜଣା ଗାଡି ଧକ୍କାରେ ଦୁଇ ମହିଳା ମୃତ !!!

