୫୭୧ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ଆଜକୁ ୫୭୧ ଦିନ ଧରି ନିରବଚ୍ଛିନ୍ନ ସଂଗ୍ରାମ କରିଆସୁଅଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୫୭୧ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ କରୋନା ସଚେତନତା ସହ ବିଭିନ୍ନ ସ୍ଥାନରେ ଗରିବ ,ଅସହାୟ, ପାଗଳା,ପାଗିଳି ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର,ହ୍ୟାଣ୍ଡ ଗ୍ଲୋବସ, ଓ.ଆର.ଏସ, ରାସନ ସାମଗ୍ରୀ,ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର ଆଦି ବଣ୍ଟନ ସହ ଆର୍ଥିକ ସହାୟତା ଯୋଗାଇ ଥିବାର ଦେଖିବାକୁ ମିଳିଛି।ଏହି ଅବସରରେ ଆଜି ୫୭୧ତମ ଦିବସ ଓ ପବିତ୍ର ଦୁର୍ଗା ମହାଅଷ୍ଟମୀ ଉପଲକ୍ଷେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ ସେବା କାର୍ଯ୍ୟ ସହ ମଙ୍ଗଳପୁର ଅଞ୍ଚଳର ବିଭିନ୍ନ ଦେବୀ ପୀଠର ଅନତି ଦୂରରେ ପ୍ଲାକାର୍ଡ ମାଧ୍ୟମରେ କରୋନା ସଚେତନତା କରାଯାଇଥିବାର ଦେଖିବାକୁ ମିଳିଛି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପରାମର୍ଶ କ୍ରମେ କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହୀର କୁମାରଙ୍କ ନେତୃତ୍ୱରେ ସୁଶ୍ରୀ ରଶ୍ମି ମଲ୍ଲିକ, ବିକାଶ ମଲ୍ଲିକ, ରକି ଦାସ ,ରୁଦ୍ର ପ୍ରକାଶ ଦାସ,ଦଶରଥ ଦଳାଇ,ବିଶ୍ଵଜିତ ମଲ୍ଲିକଙ୍କ ସମେତ ଫାଉଣ୍ଡେସନର ଅନ୍ୟ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକୁ ଚାଲୁ ରଖିଛନ୍ତି ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *