ବାଇ ଚଢେଇଙ୍କ ସୁରକ୍ଷା ପ୍ରତି ସମସ୍ତେ ଧ୍ୟାନ ଦିଅନ୍ତୁ !!!

0
280

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଛୋଟ ପିଲାଟିଏ ଅଝଟ ହେଲେ ମା’ ତାକୁ କୋଳରେ ପକାଇ ଗୀତ ବୋଲେ – ଆରେ ବାଇ ଚଢେଇ / ତୋ ମା ଯାଇଛି ଗାଈ ଚରେଇ ।ଗହିର ବିଲରୁ ଆଣିବ ବେଲ /କୋଳରେ ବସାଇ କରିବ ଗେଲ । ପୁଣି କେବେ ମୋବାଇଲ୍ କି ଟିଭିର ପରଦାରେ ଏଇ ବାଇ ଚଢେଇକୁ ନେଇ ୧୯୯୯ ମସିହାର ସାର୍ଥକ କଂପାନୀର ଆଲବମ ଗୀତ ତତେ ମୋ ରାଣ ଦେଲି ଆଲୋ ବାଇଚଢେଇ / ତୁ କାହାରିକୁ ବେଶି ଭଲ ପାଇବୁ ନାହିଁ..। ସେତେବେଳର ଏହି ଚର୍ଚ୍ଚିତ ଗୀତଟିକୁ ଶକ୍ତିମିଶ୍ର ଓ ନିବେଦିତା ଗାଇଥିଲେ । ବାଇ ଚଢେଇର ଗୀତକୁ ସ୍ୱର କରିଥିଲେ ସଂଗିତଜ୍ଞ ଅଲେଖ ବିଶ୍ୱାଳ ଓ ସୁବାଷ ଦାସ । ବାଇଚଢେଇ ଛୋଟ ଜୀବଟିଏ ହେଲେ ମଧ୍ୟ ମନୁଷ୍ୟ ସମାଜକୁ ସୁସ୍ଥ ପରିବେଶ , କର୍ମଠ ଆଉ ସଂଚୟ କରିବାର ଶିକ୍ଷା ଦେଇଥାଏ । ସବୁଜ ଜଙ୍ଗଲ ସଫା କରି ଆଧୁନିକ ମନୁଷ୍ୟ କଂକ୍ରିଟ୍ ସହର ଗଢୁଛି । ଯୌଥ ପରିବାର ଠାରୁ ଦୁରେଇ ଯାଇ ଏକଲା ରହିବାକୁ ମଣିଷ ପସନ୍ଦ କରୁଛି ।

ଜୈବ ମଣ୍ତଳର ବିବର୍ତ୍ତନ ବାଦରେ କାଳକ୍ରମେ ଆମ ରାଜ୍ୟରୁ ଲୋଟଣି ପାରା, ଘରଚଟିଆ, ପେଚା, ଶାଗୁଣାଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ଚନ୍ଦକା ବନ ବିଭାଗ ଅଧିକାରଙ୍କ କହିବାନୁସାରେ ପ୍ରାୟ ୭୦ ପ୍ରଜାତିର ଚଢେଇ ଓଡିଶାର ବିଭିନ୍ନ ନଦୀ ଉପକୂଳ ଓ ଛୋଟବଡ ଜଙ୍ଗଲରେ ଦେଖା ଦିଅନ୍ତି । ସେଥି ମଧ୍ୟରୁ ବାଇଚଢେଇ ହେଉଛି ଅନ୍ୟତମ । ବର ଅଶ୍ୱତଥ କିମ୍ବା ବଡ ବଡ ଗଛର ଡାଳରେ ଏମାନେ ବସା ବାନ୍ଧନ୍ତି । ପରିବେଶକୁ ଅପରିସ୍କାର କରୁଥିବା କାଠି କୁଟାକୁ ସଂଗ୍ରହ କରି ଏମାନେ କାରୁକାର୍ଯ୍ୟ ସଂପନ୍ନ ବସା ବନାଇଥାନ୍ତି । ରଙ୍ଗ ବେରଙ୍ଗର ଏହି ବାଇ ଚଢେଇ ମାନେ କିଚିରି ମିଚିରି ଶବ୍ଦ କରି ବସାର ତଳମୁହାଁ ରେ ରହିଥାନ୍ତି । ନିଜ ସହିତ ନିଜ ସଂସାରକୁ ସୁରକ୍ଷିତ କରିବା ପାଇଁ ଅତି ଯତ୍ନରେ ଏମାନେ ବସା କରନ୍ତି । ବେଳେବେଳେ ଦୁଷ୍ଟ ଝଡ ବତାସ ଆସି ତାର ବସାଟିକୁ ନିର୍ଦ୍ଦୟ ଭାବେ ଭାଙ୍ଗି ଦେଲେବି , ନିଜ ପଥରେ ଆଗେଇ ଆସି ନିଜକୁ ସମ୍ଭାଳିନିଏ । ମନୁଷ୍ୟ ବାଇ ଚଢେଇଠାରୁ ବିପଦ ବେଳେ ଅଧର୍ଯ୍ୟ ନହେବା ଏବଂ ସହନଶୀଳତାର ଗୁଣ ଶିକ୍ଷିବାର ଅଛି । ବାଇ ଚଢେଇର ବସାକୁ ସଂପ୍ରତ୍ତି ବାଙ୍କୀ ଉପଖଣ୍ତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଯାହା ପ୍ରକୃତିପ୍ରେମୀ ଏବଂ କବି ର ଭାବନାକୁ ଖୁସିବ୍ୟକ୍ତ କରାଇଛି । ସେମାନଙ୍କର ସୁରକ୍ଷା ମଧ୍ୟ ନିହାତି ହେବା ଦରକାର ।ସେଥିପ୍ରତି ମନୁଷ୍ୟ ସମାଜ ସଚେତନ ରହିବା ଦରକାର । ଡମପଡା ବ୍କକ ଅନ୍ତର୍ଗତ ଅରପୁର ଗ୍ରାମର ଏକ ନବ ନିର୍ମିତ ଚୁଆ ପାଖରେ ଥିବା ବହୁବର୍ଷର ଅଶ୍ୱତଥ ଗଛରେ ଶହେରୁ ଅଧିକ ବାୟା ବସା ବନ୍ଧା ଯାଇଛି । ଯାହା ଦେଖଣାହାରୀ ମାନଙ୍କୁ ଆନମନା କରୁଛି । ରବି ଏବଂ ଖରିଫ ଋତୁରେ ଚାଷ ଜମିକୁ ନଷ୍ଟ କରୁଥିବା ପୋକ ଜୋକ ଙ୍କୁ ଏହି ବାଇଚଢେଇ ମାନେ ଖାଦ୍ୟ ରୁପେ ବ୍ୟବହାର କରି ଚାଷୀର ବନ୍ଧୁ ପାଲଟିଥାନ୍ତି । ତେଣୁ ପରୋକ୍ଷରେ ଚାଷୀ ,ପରିବେଶ ଏବଂ ପ୍ରକୃତିପ୍ରେମୀ ମାନଙ୍କ ପାଇଁ ଏହି କ୍ଷୁଦ୍ର ପକ୍ଷୀଟିର ବଂଶ ବିସ୍ତାର ସହିତ ସୁରକ୍ଷା ମଧ୍ୟ ନିହାତି ଆବଶ୍ୟକ ମନେହୁଏ ।

LEAVE A REPLY

Please enter your comment!
Please enter your name here