ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘ ତରଫରୁ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବି. କେ. ମହାପାତ୍ର ଙ୍କ ର ପରାମର୍ଶ କ୍ରମେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମରେ ଥିବା ବହୁ ପୁରାତନ ଶୈବ ପୀଠ ଶ୍ରୀ ଶ୍ରୀ ଉତ୍ତରେଶ୍ଵର ମହାଦେବଙ୍କ ପୀଠରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ମନ୍ଦିରର ଚତୁଃପାର୍ଶ୍ଵରେ ଥିବା ଅଳିଆ ସାଙ୍ଗକୁ ଅନାବନା ଘାସ ସଫା କରାଯାଇଛି . ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ର ସଭାପତି ପରମ ଶୈବ ମାନସ ରଞ୍ଜନ ରଣା ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ଙ୍କ ସହିତ ଉକ୍ତ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପରିଡ଼ା , ଜିଲ୍ଲା ମୁଖପାତ୍ର ବିରୂପାକ୍ଷ ରଣା, ଉପ-ସଭାପତି ପୀତବାସ ରଣା ଓ ରାକେଶ ମହାପାତ୍ର, ସହ-ସମ୍ପାଦକ ଗୟାଧର ରଣା, ପରିଚାଳକ ସଦସ୍ୟ ରାକେଶ ରଣା, ସୁନୀଲ ମହାପାତ୍ର, ଅନନ୍ତ ରଣା ଙ୍କ ସହିତ ଅଞ୍ଚଳରେ ଥିବା ସମସ୍ତ ଶୈବ ପୂଜକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ .
ପୁରାତନ ଶୈବ ପୀଠ ଶ୍ରୀ ଶ୍ରୀ ଉତ୍ତରେଶ୍ଵର ମହାଦେବଙ୍କ ପୀଠରେ ବୃକ୍ଷରୋପଣ ଏବଂ ସଫେଇ କାର୍ଯ୍ୟକ୍ରମ !!!

