ଦୋଳ ମଙ୍ଗଳା ଯୁବକ ସଂଘ ପକ୍ଷରୁ ବିଶାଳ ରକ୍ତଦାନ ଶିବିର : 37 ୟୁନିଟ୍ ରକ୍ତ ସଂଗ୍ରହ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ଵିନୀ କୁମାର ଦେବତା : ଏକଘରିଆ ଗ୍ରାମ ର ଦୋଳ ମଙ୍ଗଳା ଯୁବକ ସଂଘ ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଦୋଳ ମଙ୍ଗଳା ଯୁବକ ସଂଘ ର ୨ୟ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରରେ ମୋଟା 37 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା . ହରିହରପୁର ପଞ୍ଚାୟତର ଏକଘରିଆ ଗ୍ରାମ ଦୋଳ ମଙ୍ଗଳା ଯୁବକ ସଂଘ ର ସଭାପତି ନରେଶ ଚନ୍ଦ୍ର ଦେବତା, ସମ୍ପାଦକ ତିଲୋଚନ ଶତପଥୀଙ୍କ ନେତୃତ୍ଵରେ ଆୟୋଜିତ ବିଶାଳ ରକ୍ତଦାନ ଶିବିର ଅବସରରେ ସମସ୍ତ ରକ୍ତଦାତା ମାନଙ୍କୁ କ୍ଳବ ର ସଭାପତି ଓ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ଅତିଥି ଭାବେ ପାଲଲହଡାର ବରିଷ୍ଠ ସମାଜସେବୀ ଅବନିକାନ୍ତ ସାହୁ , ସରପଞ୍ଚ ବିଜୟ କୁମାର ସାହୁ ଓ ଶିକ୍ଷାବିତ ଗଙ୍ଗାଧର ନନ୍ଦ ଯୋଗ ଦେଇଥିଲେ । ସମାଜ ସେବୀ ଅବନିକାନ୍ତ ସାହୁ ଫିତା କାଟିଥିଲେ ଓ ପୂଜାର୍ଚନା କରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ ଏବଂ କ୍ଲଵ ର ସଦସ୍ୟ ଭୀମସେନ ଶତପଥୀ , ଯଶୋବନ୍ତ ଦେବତା, ବାସୁଦେବ ଶତପଥୀ, ସୁନୀଲ ନନ୍ଦ, ଅସିନ ଦେବତା, ସୌମ୍ୟଦତ୍ତ ଶତପଥୀ, ଆଦିତ୍ୟ ଦେବତା, ମାନସ କୁମାର ଶତପଥୀ, ଜଗଦିଶ ଦେବତାଙ୍କ ସମେତ ଗ୍ରାମର ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *