ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତାଫା ଦାବୀ କରି ଆଜି ଢେଙ୍କାନାଳ ବିଜେପି ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ , ପୁଣି ଜୀବନ୍ତ ପୋଡ଼ି ପୋତି ଦିଆଯିବା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ସହଯୋଗୀ ଗୋବିନ୍ଦ ସାହୁଙ୍କ ସିଧାସଳଖ ସଂପୃକ୍ତି କୁ ନେଇ ଆଜି ଏହି ବିକ୍ଷୋଭ କରାଯାଇଥିଲା । ଢେଙ୍କାନାଳ ବିଜେପି ତରଫରୁ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ସଂଯୋଜନା ରେ ଢେଙ୍କାନାଳ ଏସ ପି ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ କୁଶ ପୁତ୍ତଳିକା ଦାହ କରାଗଲା । ଏଥିରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର , ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି , ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପ-ସଭାପତି ରାମଚନ୍ଦ୍ର ପାତ୍ର , ଜିଲ୍ଲା ମିଡିଆ ସେଲ ପ୍ରଭାରୀ ନବ କିଶୋର ଗୁରୁ , ଜିଲ୍ଲା ଉପ-ସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା , ଜିଲ୍ଲା ବିଜେପି ଉପସଭାପତି ମାତୃ ପ୍ରସାଦ ନନ୍ଦ , ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରତିକାନ୍ତ ସାହୁ , ଜିଲ୍ଲା ବିଜେପି ଉପ-ସଭାନେତ୍ରୀ ଭାରତୀ ସ୍ୱାଇଁ , ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଜସମ୍ବନି ରାଉତ , ନଗର ମଣ୍ଡଳ ସଭାପତି ଅଜୟ କୁମାର ଭଞ୍ଜ , ନଗର ମଣ୍ଡଳ ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ସାହୁ , ନଗର ମଣ୍ଡଳ ଉପ-ସଭାପତି ସନ୍ତୋଷ ମହାକୁଡ , ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ , ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ଜୟନ୍ତୀ ପ୍ରଧାନ , ଉପ-ସଭାନେତ୍ରୀ ସବିତା ନାଏକ , ସାଧାରଣ ସମ୍ପାଦିକା ଶ୍ରୀମତୀ ସସ୍ମିତା ସାମଲ , ସାଧାରଣ ସମ୍ପାଦିକା ଶ୍ରୀମତୀ ରୋଜାଲିନ ପାତ୍ର , ସମ୍ପାଦିକା ଶ୍ରୀମତୀ ଦମୟନ୍ତୀ ପାଣି , ସମ୍ପାଦିକା ଶ୍ରୀମତୀ ମଧୁସ୍ମିତା ପୁହାଣ , ସମ୍ପାଦିକା ଶ୍ରୀମତୀ ଉଲୀ ନାୟକ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ଧ ମହିମା , ଜିଲ୍ଲା ଯୁବମୋର୍ଚ୍ଚା ଉପ-ସଭାପତି ସନ୍ତୋଷ କୁମାର ବେହେରା , ଉପ-ସଭାପତି ରମାକାନ୍ତ ଜେନା , ଜିଲ୍ଲା ସମ୍ପାଦକ ସୁଜିତ ବାରିକ , ଜିଲ୍ଲା ସୋସିଆଲ ମିଡ଼ିଆ ଓ ମିଡ଼ିଆ ସଂଯୋଜକ ସୁଚିତ୍ର ବେହେରା , ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସଂକଳ୍ପ ଦାସ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି , ଜିଲ୍ଲା ପଦାଧିକାରୀ , ନଗର ମଣ୍ଡଳ ପଦାଧିକାରୀ ଓ ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତାଫା ଦାବୀ କରି ବିଜେପି ର ବିକ୍ଷୋଭ !!!

