ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ବିଡିଏ କଲୋନୀରେ ଗତକାଲି ସଂନ୍ଧ୍ୟାରେ ୭୦୦ ବୋତଲ କଫ ସିରାପ , ୩୦ ଗ୍ରାମ ବ୍ରାଉନ ସୁଗାର , ନଗଦ ୫୦ ହଜାର ଟଙ୍କା ଓ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି . ଜବତ ଜିନିଷର ମୂଲ୍ୟ ଆନୁମାନିକ ମୂଲ୍ୟ ୫ଲକ୍ଷ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ଇନିସ୍ପେକ୍ଟର ଭୈରବ ସାହୁ କହିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଦେୱାନ ସାହିର ଅମରେଶ ବେହେରା ।
ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣରେ କଫ ସିରାପ , ବ୍ରାଉନ ସୁଗାର ଜବତ

