ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶ୍ଵ ପୋଲିଓ ଦିବସ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ରୋଟାରୀ କ୍ଲବ ଠାରୁ ଗୋଳଗୋଳା ଗ୍ରାମ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରି ଜନସାଧାରଣ ଙ୍କୁ ପୋଲିଓ ର ଭୟାବହତା ସମ୍ପର୍କରେ ସଚେତନତା କରାଯାଇଥିଲା । ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ଅବସରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପଥପାର୍ଶ୍ଵ ବୃକ୍ଷ ରୋପଣ କରାଯାଇଛି । ସଚେତନତା କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକ , ସମ୍ପାଦକ ମିହିର ରଂଜନ ନାୟକଙ୍କ ସମେତ ରୋଟାରୀ କ୍ଲବ ର ସଦସ୍ୟ ମାନେ ଯୋଗ ଦେଇଥିଲେ ।
ବିଶ୍ଵ ପୋଲିଓ ଦିବସ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ !!!

