ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବୀରେ କିଶୋର ନଗର ବ୍ଲକ ସମ୍ମୁଖରେ ଅହୋରାତ୍ର ଗଣଧାରଣା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : କୃଷି ବହୁଳ କିଶୋର ନଗର ବ୍ଲକର ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବା ଦାବିରେ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି କିଶୋର ନଗର ପକ୍ଷରୁ କିଶୋର ନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା । କମିଟିର ସଭାପତି ଦୀନବନ୍ଧୁ ପ୍ରଧାନ ଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସୁରେଶ୍ଵରୀ ଜଳସେଚନ ଯୋଜନା ପାଇଁ ଜୀବନ ଦେଇଥିବା ଓ ଦିଲ୍ଲୀର ଐତିହାସିକ ଚାଷୀ ଆନ୍ଦୋଳନରେ ସହିଦ ହୋଇଥିବା ଛ’ଶହ ପଚାଶରୁ ଉର୍ଦ୍ଧ୍ୱ ଚାଷୀଙ୍କ ସ୍ମୃତିରେ ଶହୀଦ ବେଦୀରେ ମାଲ୍ୟାର୍ପଣ କରାଯାଇଥିଲା । ସମସ୍ତ ଚାଷ ଜମି କୁ ଜଳସେଚନ କରି ମରୁଡ଼ିର ସ୍ଥାୟୀ ପ୍ରତିକାର କରିବାପାଇଁ ଦୀର୍ଘ ଦିନ ହେଲା ଚାଷୀ ଆନ୍ଦୋଳନ ଚାଲିଛି । ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ସୁରେଶ୍ଵରୀ ପାଇଁ ୬ କୋଟି ଟଙ୍କା ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ନକରି ଜେ, ଆର ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ଵାକ୍ଷର କରିଥିଲେ । ଆନ୍ଦୋଳନ ଚାପରେ କମ୍ପାନୀ ହଟିବାକୁ ବାଧ୍ୟ ହୋଇଥିଲା । ଏପର୍ଯ୍ୟନ୍ତ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ନକରିବା ସରକାରଙ୍କ ଚାଷୀ ମାରଣ ନୀତିର ପରିଚୟ । ସରକାର କାଳିଆ, ବଳିଆ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ରମଣୀ ରଂଜନ ପ୍ରଧାନ, ଅନନ୍ତ ପ୍ରଧାନ, ପିତାମ୍ବର ପ୍ରଧାନ, ତୀର୍ଥ ବାସୀ ଭୋଇ, ଚାଷୀ ନେତା ରଣଜିତ ପ୍ରଧାନ, ରବିନ୍ଦ୍ର ସାହୁ, ଚେରୁ ପ୍ରଧାନ, ଚକ୍ରଧର ମୁଣ୍ଡା, ସୁବାସ ପ୍ରଧାନ, ରତ୍ନାକର ପ୍ରଧାନ, କିଶୋର ପ୍ରଧାନ, କୈଳାସ ପ୍ରଧାନ, ସଚ୍ଚିଦାନନ୍ଦ ସାହୁ, ସରୋଜିନୀ ନାୟକ, ସୁରୁଚି ପ୍ରଧାନ ପ୍ରମୁଖ ସରକାରଙ୍କ ଜନମାରଣ ନୀତି ଓ କଳା କୃଷି ଆଇନ୍ ବିରୋଧରେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *