ଚାଷୀ ଆନ୍ଦୋଳନରେ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ : ଅନୁଗୁଳ ବସଷ୍ଟାଣ୍ଡ ରେ ପଥପ୍ରାନ୍ତ ସଭା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : କରୋନା ମହାମାରୀ ପ୍ରଭାବରେ ସମଗ୍ର ଦେଶ ହନ୍ତସନ୍ତ ହେଉଥିବା ସମୟରେ , କେନ୍ଦ୍ର ସରକାର ଆଗତ କରିଥିବା କୃଷି ଆଇନ କୁ ବିରୋଧ କରି ସମଗ୍ର ଦେଶରେ ଲଗାତାର ଆନ୍ଦୋଳନ ଚାଲିଛି . କେନ୍ଦ୍ର ସରକାର ଙ୍କ କୃଷି ଆଇନ କୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ପ୍ରାଣତ୍ୟାଗ କରିଥିବା ଚାଷୀ ମାନଙ୍କୁ ଅନୁଗୁଳ ରେ ଶ୍ରଦ୍ଧା ସୁମନ ଅର୍ପଣ . ଚାଷୀ ସଂଗ୍ରାମ ସପ୍ତାହ ପାଳନ ଅବସରରେ ଅନୁଗୁଳ ବସଷ୍ଟାଣ୍ଡ ପରିସରରେ ଆଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଘ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆନ୍ଦୋଳନ ସମୟରେ ପ୍ରାଣତ୍ୟାଗ କରିଥିବା ଚାଷୀ ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି .

Leave a Reply

Your email address will not be published. Required fields are marked *