ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଳକର କେ.ସୀତାପୁର ଗ୍ରାମ ପଞ୍ଚାୟତର ଇପାଗୁଡା ଗ୍ରାମ ଠାରେ ବିଜେପିର ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ଵରେ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ଵ ରେ କାଶୀନଗର ବ୍ଳକ ଅଧ୍ୟକ୍ଷ ସି.ଏଚ.ସୀମାଦ୍ରୀ ଙ୍କ ନେତୃତ୍ୱରେ ଇପାଗୁଡା ଗ୍ରାମର ବିଭିନ୍ନ ଦଳର 200 ଲୋକ ବିଜେପିରେ ଯୋଗ ଦେଇଛନ୍ତି । ସେମାନଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳ ତୃଣମୂଳ ସ୍ତରରେ ସୁଦୃଢ ହୋଇ ପାରିବ ବୋଲି ଆଶା କରାଯାଉଛି । ଏହି ମିଶ୍ରଣ ପର୍ଵରେ ବିଜେପିର ଦଳୀୟ କର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ଥିଲେ ।
କାଶୀନଗର ବ୍ଲକ ରେ ବିଜେପି ର ମିଶ୍ରଣ ପର୍ଵ !!!

