ମିଥ୍ୟା ଆରୋପ ଲଗାଇ ପୋଲିସ କୁ ବଦନାମ କରିବାକୁ ଷଡଯନ୍ତ୍ର !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମିଥ୍ୟା ଆରୋପ ଲଗାଇ ପୋଲିସ କୁ ବଦନାମ କରିବାକୁ ଷଡଯନ୍ତ୍ର || ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ କଦଳୀବନ୍ଧ ଛକ ନିକଟରେ ବିଦ୍ୟୁତ ଆଘାତ ରେ ଏକ ଗାଈ ର ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଗାଈ ମାଲିକ କୁମର ସାହୁ ଏବଂ ତାର ଦୁଇ ପୁଅ ଜଗନ୍ନାଥ ସାହୁ ଏବଂ ବଳରାମ ସାହୁ ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ କଦଳୀବନ୍ଧ ଛକ ନିକଟରେ କ୍ଷତି ପୂରଣ ପ୍ରତିବାଦ ରେ ରାସ୍ତାରୋକ କରିଥିଲେ || ଏ ହେଉଛି ଗତ 11 ସେପ୍ଟେମ୍ବର ମାସର ଘଟଣା || ପାରିପାର୍ଶ୍ଵକ ଘଟଣା କିଛି ବୁଦ୍ଧିଜୀବୀ ମାନଙ୍କ କଥା ଉପରେ ନଜର କଲେ ପୋଲିସ ଯେତେବେଳେ ଉକ୍ତ ରାସ୍ତାରୋକ ଘଟଣା ସ୍ଥଳରେ ପହଞ୍ଚିଥିଲା ଉକ୍ତ ଗାଈ ମଳିକ କୁ ବୁଝାସୁଝା କରିବା ସମୟରେ ଗାଈ ମାଲିକ ଏବଂ ତାର ଦୁଇ ପୁଅ , ପୋଲିସ ଏବଂ ସାଧାରଣ ଲୋକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ || ଯାହା ଫଳରେ ପୋଲିସ ଉକ୍ତ ଗାଈ ମାଲିକ କୁ ଗିରଫ କରିବା ସହ ସଙ୍ଗିନ ଦଫା ଲଗାଇଥିଲା || ବର୍ତମାନ ଉକ୍ତ ଗାଈ ମାଲିକ ବଳରାମ ସାହୁ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଥିବା ବେଳେ ଓଡଗାଁ ପୋଲିସ ନାମରେ ଅଭିଯୋଗ କରିଛନ୍ତି || ଓଡଗାଁ ଆଦର୍ଶ ଥାନା ସହ ଯୋଗାଯୋଗ କରିବାରେ , ଏ ଘଟଣାକୁ ଓଡଗାଁ ପୋଲିସ ଖଣ୍ଡନ କରିବା ସହ ସେ ପୋଲିସ ଡିପାର୍ଟମେଣ୍ଟ କୁ ବଦନାମ କରୁଅଛି ବୋଲି ଓଡଗାଁ ଆଦର୍ଶଥାନା ପକ୍ଷରୁ ଅଭିଯୋଗ ହୋଇଛି || ଘଟଣା କୁ ନ ବୁଝି କିଛି ସାମ୍ବାଦିକ ବନ୍ଧୁ ଆମକୁ ବଦନାମ କରୁଛନ୍ତି ବୋଲି ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ କରାଯାଇ ଉଚିତ ଖବର ପରିବେଷଣ କରିବାକୁ ଅନୁରୋଧ କରିଛନ୍ତି || ସୂଚନା ଥାଉ କି ଏହି ବ୍ୟକ୍ତି ନାମରେ ଦୁଇଟି ରାସ୍ତା ରୋକ ର ଅଭିଯୋଗ ଥିବା ବେଳେ ହତ୍ୟା ଅଭିଯୋଗ ମଧ୍ୟ୍ୟ ରହିଅଛି ||

Leave a Reply

Your email address will not be published. Required fields are marked *