କଳପଡା ଗଜଲକ୍ଷ୍ମୀ ପୂଜା କମିଟିର ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବୟାଳିଶ ମୌଜା କଳପଡା ଗଜଲକ୍ଷ୍ମୀ ପୂଜା କମିଟିର ୧୫ ତମ ପୂଜା ଅବସରରେ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତାରେ ୩୦ ଜଣ ପ୍ରତିଯୋଗୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରେଣ୍ୟ ଅତିଥି ଭାବେ ଉତ୍କଳ ବିକାଶ ପରିଷଦର ସଭାପତି ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ବିରଜା ଭୁଶଣ ପତି, ମୁକ୍ତିକାନ୍ତ ମହାନ୍ତି ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ସାଂସ୍କୃତିକ ଓ ଧାର୍ମିକ କର୍ମରେ କର୍ତ୍ତା ଭାବେ ଦେବୀ ପ୍ରସାଦ ପତି, ଶୁଭଶ୍ରୀ ପଣ୍ଡା ଯୋଗଦାନ କରିଥିବା ବେଳେ ଦିଲ୍ଲୀପ କୁମାର ବେହେରା, ସନ୍ତୋଷ କୁମାର ପତି, ଶ୍ରୀକାନ୍ତ ପତି, ରମେଶ ଚନ୍ଦ୍ର ପତି, ହୃଦାନନ୍ଦ ଦାସ, ଗିରିଜା ଶଙ୍କର ପତି, ଲିଙ୍ଗରାଜ ପତି, ଜୟନ୍ତ ପତି, ବିପ୍ଳବ ପତି, ପବିତ୍ର ମୋହନ ପତି, ଅର୍ଜୁନ ପତି, ରମାନାଥ ପତି, ସଂଗ୍ରାମ ସିଂ ବେଉରା, ବିମ୍ବାଧର ପତି, ଦୀନବନ୍ଧୁ ପତି ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *