କେନ୍ଦ୍ରାପଡା ବିଜେପି ତରଫରୁ ଜିଲ୍ଲା ଏସ୍ ପି ଅଫିସ ଘେରାଉ ଓ ପ୍ରତିବାଦ ସଭା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କଳାହାଣ୍ଡି ଜିଲ୍ଲା ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଏସ୍ ପିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି । ମମିତା ମେହେରଙ୍କ ହତ୍ୟା ଘଟଣାରେ କେବଳ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି ପୋଲିସ ହାତବାନ୍ଧି ବସିଛି । ଏହି ଘଟଣାରେ ସମ୍ପୃକ୍ତ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଂକର ମିଶ୍ର ଓ ସେହି କଲେଜକୁ ଯିବା ଆସିବା ଅନ୍ୟାନ୍ୟ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ଦାବି କରିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବା ସହିତ ତାଙ୍କୁ ଗିରଫ ଦାବି କରିଛି ବିଜେପି । ଏହି ବିକ୍ଷୋଭରେ ଜିଲ୍ଲାର ଶହ ଶହ ବିଜେପି କର୍ମିମାନେ ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା , ଉପ-ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଆଦି ବହୁ ବିଜେପିର ନେତୃତ୍ୱ ଯୋଗ ଦେଇଥିଲେ । ଆଇନଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ ଜିଲ୍ଲା ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *