ଇଟାମାଟି ରେ ମାଗଣା ପୁନର୍ବାସ ଏବଂ ଚିକିତ୍ସା ଶିବିର ଆୟୋଜିତ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ଅବସରରେ ଏକ ମାଗଣା ପୁନର୍ବାସ ଶିବିର ଇଟାମାଟି ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।ଇଟାମାଟି ଗ୍ରାମ ପଂଚାୟତ , ସର୍ବ ଭାରତୀୟ ମାନବିକ ଅଧିକାର ସଂଘ ଏବଂ ପ୍ରିୟଦିନି ରେହବ କେୟାର ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏ ଶିବିର ରେ ଆଜି ଦୁଇଶହ ରୁ ଅଧିକ ରୋଗୀଙ୍କୁ ପରାମର୍ଶ ଏବଂ ଚିକିତ୍ସା ପ୍ରଦାନ କରାଯିବା ସହ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସରପଂଚ ସୋନାଲିକା ମନ୍ଥନ, ଅହୀରା ର ଜିଲ୍ଲା ମୁଖ୍ୟ ତଥା ପ୍ରିୟଦିନି ରେହବ କେୟାର ର ନିର୍ଦ୍ଦେଶକ ଡ଼. ପ୍ରୀତମ ମହାପାତ୍ର, ସମ୍ପାଦକ ପବିତ୍ର ମୋହନ ସାହୁ ଏବଂ ମହାବିଦ୍ୟାଳୟ ର ଅଧକ୍ଷ ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ଉକ୍ତ ଶିବିର କୁ ଶରତ କୁମାର ସାହୁ , ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଶ୍ରବଣ କୁମାର ରାମ, ଭାଗିରଥି ବାଇ ଏବଂ ବରିଷ୍ଠ ସମାଜସେବୀ ଦାମୋଦର ସାହୁ ସଂଯୋଜନା କରିଥିଲେ । ଏହି ଅବସରରେ ଅହୀରା ର ରାଜ୍ୟ ସମ୍ପାଦକ ଜୟନ୍ତ କୁମାର ପରିଡା ଏବଂ ଶ୍ରୀମତୀ ବାଗ୍ମୀ ବିଶ୍ୱାଳ ଶିବିର ରେ ଯୋଗଦେଇ ଆୟୋଜକ ଏବଂ ପୀଡିତ ମାନଙ୍କୁ ଉତ୍ସାହିତ କରି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି ହେଉ ବୋଲି ପ୍ରକାଶ କରିଥିଲେ । ଆଗାମୀ ଦିନରେ ସଂସ୍ଥା ତରଫରୁ ଏହିଭଳି ସେବା ଓଡ଼ିଶାର କୋଣ ଅନୁକୋଣରେ ପହିଞ୍ଚାଇବା ଲକ୍ଷ ରହିଅଛି ।

Leave a Reply

Your email address will not be published. Required fields are marked *