ତୁରନ୍ତ ଦୁଃଖ ବୁଝିଲେ ଜିଲ୍ଲାପାଳ : ଦୁଇ ଘଣ୍ଟା ମଧ୍ୟ୍ୟରେ ଅସହାୟ ରୋଗୀଙ୍କୁ ମିଳିଲା ଚିକିତ୍ସା ସୁବିଧା !!!

Spread the love

ବାଣପୁର ( ଆବାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା ଗୁରୁତର ରୋଗରେ ପୀଡିତ ହୋଇ କୁହୁଡ଼ି ରେଳ ଷ୍ଟେସନରେ ଥିବା ପରିତ୍ୟକ୍ତ ଗୃହରେ ୨ପୁଅ , ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଦୟନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡି ରହିଥିଲେ । ଏ ସମ୍ପର୍କରେ ଖବର ପହଞ୍ଚିଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ । ଜିଲ୍ଲାପାଳ ଖବର ପାଇବା ପରେ ତୁରନ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ଚିଲିକା ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଆଦେଶ ପରେ ଚିଲିକା ତହସିଲଦାର ପୁନମ ମହାପାତ୍ର ରୋଗୀଙ୍କୁ ଚିକିତ୍ସା ପାଇଁ ୨ ଘଣ୍ଟା ମଧ୍ୟରେ ରାତି ୭ ଘଣ୍ଟିକା ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ଏହାପରେ ଚିଲିକା ବିଡ଼ିଓଙ୍କ ନିର୍ଦେଶ ରେ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଫିସର ଜି. ସାଗର ଅର୍ଜୁନ ପାତ୍ର, ବାଲୁଗାଁ ମେଡିକାଲ ଅଫିସର ସୌମ୍ୟକାନ୍ତ ଦାସ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଜରିପଡା ମେଡିକାଲ ହେଲଥ ସୁପରଭାଇଜ ସୁଶାନ୍ତ କୁମାର ରାଉତରାୟ , ଜରିପଡା ଅତିରିକ୍ତ ରାଜସ୍ୱ ନିରକ୍ଷକ କୈଳାସ ଚନ୍ଦ୍ର ବେହେରା ଓ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ତୁରନ୍ତ ଗୁରୁ ବେହେରାଙ୍କ ନିକଟରେ ପହଞ୍ଚି ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ କୁ ୧୦୮ଆମ୍ବୁଲାନ୍ସ ଜରିଆରେ ପଠାଇଥିଲେ । ଏଭଳି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପରେ ସ୍ଥାନୀୟ ଜନସାଧାରଣ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ତୁରନ୍ତ ସାହାଯ୍ୟ ମନୋଭାବକୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *