ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବାଲୁଗାଁ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ସିଡିଏମ୍ଓ ଖୋର୍ଦ୍ଧା ପକ୍ଷରୁ ବିଭିନ୍ନ ସ୍ଥାନରେ ଆଜି ଛୋଟ ବଡ ହୋଟେଲ ଏବଂ ଢାବା ଉପରେ ଅଚାନକ ଚଢାଉ କରାଯାଇଛି । ଡେଜିନେଟେଡ୍ ଫୁଡ୍ ଅଫିସର୍ ସତ୍ୟଜିତ ପଟେଲଙ୍କ ସହ ଏକ ତିନି ଜଣିଆ ଟିମ ଚଢାଉ କରିଥିଲେ । ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ବେପାର ବାଣିଜ୍ୟ ସାଙ୍ଗକୁ ପର୍ଯ୍ୟଟନ ସ୍ଥଳୀ ଖୁବ୍ ରହିଛି । ଚିଲିକା ମାଛ ଚିଙ୍ଗୁଡି କଙ୍କଡା ପାଇଁ ପ୍ରସିଦ୍ଧ ଥିଲା ବେଳେ ହୋଟେଲ ମାନଙ୍କରେ ଅପ ମିଶ୍ରଣ ପାଇଁ ଆଜି ରାଜ୍ୟ ମଧ୍ୟରେ ଏପରିକି ଜାତୀୟ ସ୍ତର ରେ ଚିଲିକା ନାଁ ଖରାପ ହେଉଛି । ଗତ କିଛିଦିନ ହେବ ଅଭିଯୋଗ ପରେ ଆଜି ଅଚାନକ ଚଢାଉ କରାଯାଇଛି । ଅଫିସର ସତ୍ୟଜିତ୍ ପଟେଲ୍ ଙ୍କ କହିବା ମୁତବାକ ବାଲୁଗାଁ ଏବଂ ବାଣପୁର ସହରରେ ଅନେକ ହୋଟେଲ ମାନଙ୍କର ଲାଇସେନ୍ସ ନାହିଁ ତ କାହାର ଲାଇସେନ୍ସ ଅଛି କିନ୍ତୁ ରିନ୍ଵାଲ୍ ନାହିଁ , ତ କାହାର ବାସି ଖାଦ୍ୟ . ଏ ସବୁ ପାଇଁ ଆଜି ପ୍ରଥମ ଦିନ ଜରିମନା ଆଦାୟ କରାଯାଇ ତାଗିଦ କରାଯାଉଛି । ପଚାଶରୁ ଷାଠିଏ କିଲୋ ଖାଦ୍ୟ ନଷ୍ଟ କରିବା ସହ ଏଗାର ହଜାର ପାଞ୍ଚଶହ ଟଙ୍କା ଆଦାୟ କରିଛନ୍ତି । ଯଦି ଏହାକୁ ଅବମାନନା କରନ୍ତି ତେବେ ଆଗକୁ ମୋଟା ଅଙ୍କର ଜରିମନା ଆଦାୟ ସହ ଜେଲକୁ ପଠାଇ ଦିଆଯିବ ବୋଲି ରୋକଠୋକ ଶୁଣାଇଛନ୍ତି ବିଭାଗୀୟ ଅଧିକାରୀ ।