କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି । ବିଜେପି ପକ୍ଷରୁ ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ଡାକରା । ଓଡିଶାର ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ କେନ୍ଦ୍ରାପଡା ରେ ଦେଖିବାକୁ ମିଳିଛି ଏହାର ପ୍ରଭାବ । ଗୃହାରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀ କରି ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଆଜି ଜିଲ୍ଲାରେ ବନ୍ଦ ପାଳନକୁ ଜୋରଦାର କରିଛି ବିଜେପି । ଏଥି ସହ ଏହି ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିବା ପାଇଁ ଦାବି କରିଛି ବିଜେପି । ଅନ୍ୟପକ୍ଷରେ ଏହାକୁ ବିରୋଧ କରିଛନ୍ତି ବରିଷ୍ଠ ଆଇନଜୀବୀ ଓ ଜନଶକ୍ତି ପାର୍ଟି ର ସଭାପତି ପ୍ରଦୀପ୍ତ ଦାସ ।