ଶାନ୍ତି ଓ ବିକାଶ ନିମନ୍ତେ ବିଶ୍ଵ ବିଜ୍ଞାନ ଦିବସ ପାଳନ

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଇବିଏମ୍ ଷ୍ଟେମ୍ ଫର୍ ଗାର୍ଲ୍ସ ତରଫରୁ ଶାନ୍ତି ଓ ବିକାଶ ନିମନ୍ତେ ବିଶ୍ଵ ବିଜ୍ଞାନ ଦିବସ ପାଳନ ହୋଇଯାଇଛି। ଏବିଇଓ ଅମୂଲ୍ୟ ଜେନା ଓ ଏବିଇଓ ଅଶୋକ ମିଶ୍ର ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ରୋଲ୍ ମଡେଲ ଭାବେ ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଲିପିକା ମହାନ୍ତି ଯୋଗଦେଇ ପିଲାମାନେ ଷ୍ଟେମ୍ ରେ କିଭଳି ବିଭିନ୍ନ କ୍ୟାରିୟର ଗଠନ କରିପାରିବେ ସେନେଇ ସଚେତନ କରାଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପିଲାମାନେ ପ୍ରୋଜେକ୍ଟ ଉପସ୍ଥାପନ କରିଥିଲେ। ଏଥିସହ ଷ୍ଟେମ ଫର୍ ଗାର୍ଲ୍ସ ବିଷୟକୁ ଚିତ୍ର ମାଧ୍ୟମରେ ଦର୍ଶାଇବା ସହିତ ନିଜର ଅନୁଭୂତି ପ୍ରକାଶ କରିଥିଲେ।

ସମସ୍ତ ଅତିଥି ପିଲାଙ୍କ ପ୍ରୋଜେକ୍ଟ ଗୁଡ଼ିକୁ ବୁଲି ଦେଖିବା ସହିତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀମାନେ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ସମାଜରେ ବିଜ୍ଞାନର ଅବଦାନ ଏବଂ ବିଜ୍ଞାନ ସମାଜରେ କିଭଳି ଶାନ୍ତି ଓ ବିକାଶ ଆଣିପାରିବ ସେନେଇ ସଚେତନ କରାଇଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ଷ୍ଟେମ ଫର୍ ଗାର୍ଲ୍ସ ର ମାମାଲି ପଣ୍ଡା, ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଝିଅମାନେ କିଭଳି ଷ୍ଟେମ ପଥରେ ନିଜର ଭବିଷ୍ୟତ ଗଢିବେ ସେନେଇ ଆଲୋଚନା ହୋଇଥିଲା। ଶେଷରେ ମନୋନୀତ ହୋଇଥିବା ପ୍ରୋଜେକ୍ଟ ପାଇଁ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଷ୍ଟେମ ଫର୍ ଗାର୍ଲ୍ସ ର ମାମାଲି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *