ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ରାଜପଥରେ ପୁଣି ଘଟିଲା ଅଘଟଣ . ମାଛ ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ସୂଚନା ଅନୁସାରେ ସାଇକେଲ ଆରୋହୀ ଜଣଙ୍କ ୧୬ ନଂ ଜାତୀୟ ରାଜପଥରେ ଚାନ୍ଦପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଟାଙ୍ଗୀ ଥାନା ସୋରଣ ଭଗବତୀ ପୁର ବଡ଼ଡ଼ିହ ଗ୍ରାମର ସର୍ବେଶ୍ୱର ସାହୁ ଚାନ୍ଦପୁର ପରିଵା ଗଦିରେ କିରାଣୀ ଭାବେ କାମ କରୁଥିବାରୁ , ସଵୁ ଦିନ ଭଳି ଆଜି ମଧ୍ୟ ନିଜ ଗାଁ ସୋରଣରୁ ବାହାରି ଚାନ୍ଦପୁର ପରିଵା ଗଦିକୁ ଯାଉଥିଲେ । କିନ୍ତୁ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ଵର ଛକ ସାତ ଶଙ୍ଖ ନିକଟରେ ଏକ ମାଛ ବୋଝେଇ କଂଟେନର ସର୍ବେଶ୍ୱରଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ପ୍ରାଣ ଚାଲି ଯାଇଥିଲା । ଦୁର୍ଘଟଣା ଘଟାଇ ମାଛ ବୋଝେଇ କଂଟେନରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ମୃତକଙ୍କ ଶବ ଉଠାଇବା ପରେ ରାସ୍ତାରେ ଗାଡି ଚଳା ଚଳ ସ୍ୱାଭାବିକ ହୋଇଥିଲା । ଫେରାର ହୋଇଥିବା ଗାଡିକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ : ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ !!!

