ଅନଲକ ଘୋଷଣା ପରେ ଜୀବନ୍ୟାସ ପାଇଲା ପର୍ବ ଯାତ୍ରା ମହୋତ୍ସବ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଗତ ୨୦ତାରିଖରେ ସରକାରଙ୍କ ଅନଲକ୍ ଘୋଷଣା ପରେ ଏବେ ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ କଳାକାର ମାନେ ଉତ୍ସାହିତ ହୋଇ ପଡିଛନ୍ତି ।ଏଭଳି ଏକ ଚିତ୍ର ଦେଖିବା ପାଇଁ ମିଳିଥିଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ହୀରାପୁର ପଞ୍ଚାୟତ ର ଗୋଡା ରାଇମୂଳ ଗାଁ ରେ . ଦୀର୍ଘ ଦୁଇ ବର୍ଷ ଧରି କୋଭିଡ୍ କଟକଣା ଲାଗି ବନ୍ଦ ହୋଇଥିବା ପର୍ବ ଯାତ୍ରା ମହୋତ୍ସବ ଚଳିତ ବର୍ଷ ପୁନର୍ବାର ଗଢି ଉଠିଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କପିଳେଶ୍ୱର ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ନାଟକ “କିଏ ଭାଇ ଏଠି କିଏ କାହାର” ପରିବେଷଣ କରାଯାଇଥିଲା । ଏହି ନାଟକ କୁ ଓଡଗାଁ ବ୍ରାହ୍ମଣ ଡିହିର ଯୁବ ନିର୍ଦ୍ଦେଶକ ମନୋଜ କୁମାର ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ଖଣ୍ଡପଡା ବନ୍ଧଦୁଆର ର ପ୍ରହଲ୍ଲାଦ ବରାଡ ଓ ନିବାସ ପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅତି ଉଚ୍ଚକୋଟୀର ଏହି ନାଟକ କୁ ଦର୍ଶକ ମନଭରି ଉପଭୋଗ କରି ସମସ୍ତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ କାଳାକାର ମାନଙ୍କ ମଧ୍ୟରେ ଗାଁ ‘ର ବହୁ ଯୁବକ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ପରିଚାଳକ ଶ୍ରୀନିବାସ ରଣସିଙ୍ଗ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *