ସତ୍ୟସାଇ ବାବା ଙ୍କ ୯୬ ତମ ଜନ୍ମ ମହୋତ୍ସବ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଠାରେ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଦୀର୍ଘ ୨ ବର୍ଷ ର ବ୍ୟବଧାନ ପରେ କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଭଗବାନ ଶ୍ରୀ ସତ୍ୟସାଇ ଙ୍କ ୯୬ ତମ ଜନ୍ମ ମହୋତ୍ସବ .ସକାଳୁ ସକାଳୁ ଓଁ କାରମ ଓ ସୁପ୍ରଭାତମ ପାଠ କରାଯିବା ପରେ ମନ୍ଦିର ଆବାହକ ସିଦ୍ଧାନ୍ତ ଶେଖର ମହାପାତ୍ର ଙ୍କ ଦ୍ୱାରା ପ୍ରଶାନ୍ତି ଧ୍ୱଜା ଉତୋଳନ କରାଯାଇଥିଲା . ପରେ ପରେ ଷୋଡଶ ଉପଚାରରେ ଆରମ୍ଭ ହୋଇଯାଇଛି ବାବାଙ୍କ ପୂଜାର୍ଚ୍ଚନା . ଏହା ସହିତ ନାରାୟଣ ସେବାର ବ୍ୟବସ୍ଥା ରହିଥିବା ବେଳେ ସଂଧ୍ୟାରେ ଭଜନ ସହିତ ସତ୍ୟସାଇ ଙ୍କ ଜନ୍ମଦିନ ପାଳନ କରାଯାଇଥିବାର ସଂଗଠନ ର ସେବା ସଂଯୋଜନ ମନୋଜ କୁମାର ଦଳେଇ ସୂଚନା ଦେଇଛନ୍ତି .

ତେବେ ଦୀର୍ଘ ୨ ବର୍ଷ ର ବ୍ୟବଧାନ ପରେ ଆଜି ବାବାଙ୍କ ଏହି ଜନ୍ମ ମହୋତ୍ସବ ପାଳନ ହେବାକୁ ନେଇ ସେବା ଦଳ ଭାଇ ଭଉଣୀ ଙ୍କ ସହିତ ଭକ୍ତ ଙ୍କ ମଧ୍ୟରେ ଭାବ ବିହ୍ୱୋଳର ଆଭାସ ପରିଲକ୍ଷିତ ହେବା ସହିତ ମନରେ ଭରପୁର ଉତ୍ସାହ ମଧ୍ୟ ଦେଖୁବାକୁ ମିଳିଥିଲା . ଏହି ଜନ୍ମ ମହୋତ୍ସବ ସମିତି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସଂଯୋଜନ ଓ ସଂଯୋଜିକା କିର୍ତ୍ତୀକାରଣ ପଣ୍ଡା , ସୁଜାତା ମହାପାତ୍ର , ସେବା ସଂଯୋଜିକା ଅମିତା ପରିଡା , ଶିକ୍ଷା ସଂଯୋଜିକା ଚିନ୍ମୟୀ ମହାପାତ୍ର , ପୂର୍ବତନ ଜିଲ୍ଲା ସଭାପତି ପ୍ରିୟନାଥ ମହାପାତ୍ର , ସୁବାସ ପଣ୍ଡା , ରଂଜିତ ସେଠ , ସୁରେଶ୍ୱର ବେହେରା , ନରେଶ ରାଉତ , ମାନସ କୁମାର ନାୟକ , ବିଜୟ କୁମାର ସାହୁ , ସମରେନ୍ଦ୍ର ମନ୍ତ୍ରୀ , ସନ୍ଧ୍ୟରାଣୀ ପ୍ରଧାନ , ମନୋଜ ବାରିକ , ସାଇ ଆଶୁତୋଷ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ .

Leave a Reply

Your email address will not be published. Required fields are marked *