ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ ଏକ ବିଶାଳ ପଦଯାତ୍ରା କରାଯାଇଛି । ଆଜି ମଧ୍ୟାହ୍ନରେ ବାଣପୁର ବ୍ଲକର ପାଖାପାଖି ୫୦୦ ଜଣ ଅଙ୍ଗନବାଡି କର୍ମୀ ଓ ସହକର୍ମୀ ମାନେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ଏକ ବିରାଟ ପଦଯାତ୍ରା ଆରମ୍ଭ କରିଥିଲେ । ଉକ୍ତ ପଦଯାତ୍ରା ଟି ବାଣପୁର ସହର ପରିକ୍ରମା କରି ଶେଷରେ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ପରିଶେଷରେ ସଂଗଠନର କର୍ମକର୍ତ୍ତା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବାର ଦଫା ସମ୍ବଳିତ ଦାବିପତ୍ର ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ହସ୍ତାନ୍ତର କରିଥିଲେ । ଉକ୍ତ ଦାବିପତ୍ରରେ ଅଙ୍ଗନବାଡି କର୍ମୀ ଓ ସହକର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା, ଅବସର କାଳୀନ ସହାୟତା ରାଶି ପ୍ରଦାନ, ଗ୍ରୀଷ୍ମ ଅବକାଶ ଲାଗୁ କରିବା, ରନ୍ଧନ ଗ୍ୟାସ ଚୁଲା ଓ ସିଲିଣ୍ଡର ପ୍ରଦାନ ଭଳି ବିଭିନ୍ନ ଦାବି ବିଷୟରେ ଉଲ୍ଲେଖ ଅଛି । ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ବାଣପୁର ବ୍ଲକ ସଭାନେତ୍ରୀ ରାଜଲକ୍ଷ୍ମୀ ଦାସ, ସମ୍ପାଦିକା ଉର୍ବଶୀ ପ୍ରଧାନ, ଉପ ସଭାନେତ୍ରୀ ଶିବାନୀ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।
ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ବାଣପୁରରେ ଠାରେ ଏକ ବିଶାଳ ପଦଯାତ୍ରା !!!

