ପାରଳା ର ବିଶିଷ୍ଟ କଣ୍ଠ ଶିଳ୍ପୀ କୁନା ହଳଧର ସମ୍ବର୍ଦ୍ଧିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଲାଇଫ୍ ଇଜ୍ ବିୟୁଟିଫୁଲ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପାରଳା ର ବିଶିଷ୍ଟ କଣ୍ଠ ଶିଳ୍ପୀ କୁନା ହଳଧର ଜାତୀୟ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଜାତୀୟ ସଂସ୍ଥାର ମୁଖ୍ୟ ସୋମନାଥ ବେହେରା ଉକ୍ତ ମହୋତ୍ସବରେ କୁନା ହଳଧର ଙ୍କୁ ଭବ୍ୟ ସମ୍ମାନ ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ର ବିଶିଷ୍ଟ କଳାକାର ସୋମନାଥ ବେହେରା , ମୁଖ୍ୟ ବକ୍ତା ଭାବେ ଡକ୍ଟର ଚନ୍ଦ୍ର ଶେଖର ଦାସ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅର୍ଜୁନ ଜେନା ଉପସ୍ଥିତ ରହିଥିବା ସମୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମରେ ତନୁଜା ଶତପଥୀ ଯୋଗ ଦେଇ ପାରଳାଖେମୁଣ୍ଡିର ଐତିହ୍ୟ ସମ୍ପର୍କରେ କହିଥିଲେ । ପ୍ରଗତି ମହିଳା ସଂଗଠନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା ।

Leave a Reply

Your email address will not be published. Required fields are marked *