ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ବରିଷ୍ଠ ସ୍ୱେଚ୍ଛାସେବୀ ମୋନାଲିସା ରାଉତଙ୍କୁ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନ ଜନକ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋନାଲିସାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ମୋନାଲିସା ରାଉତ ବିଗତ ତିନି ବର୍ଷ ଧରି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିଭିନ୍ନ ଜାତୀୟ, ରାଜ୍ୟ ସ୍ତରୀୟ ଓ ମହାବିଦ୍ୟାଳୟ ସ୍ତରୀୟ ସ୍ୱତନ୍ତ୍ର ଶିବିର ସମେତ ଦିନିକିଆ ଶିବିରରେ ନିୟମିତ ଯୋଗଦାନ କରି ସ୍ୱଚ୍ଛ ଭାରତ ଅଭିଯାନ, ବିଦେଶାଗତ ପକ୍ଷୀ ସୁରକ୍ଷା – ଚିଲିକା ରକ୍ଷା, ବନ୍ୟପ୍ରାଣୀ ସଚେତନତା, କରୋନା ସଚେତନତା, ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଯୁବ ନେତୃତ୍ୱ , ନାରୀ ସଶକ୍ତିକରଣ, ସାକ୍ଷରତା ଆଦି ବିବିଧ ସମାଜସେବା କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହି ରାଷ୍ଟ୍ର ନିର୍ମାଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ , ବିଶିଷ୍ଟ ଶିକ୍ଷାବିତ୍ ଓ ବାଗ୍ମୀ ଡକ୍ଟର ରଜତ କର ଅତିଥି ଭାବରେ ଯୋଗଦେଇ ମୋନାଲିସା ରାଉତଙ୍କୁ ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ମହିଳା ସ୍ୱେଚ୍ଛାସେବୀ ଭାବେ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରିଥିଲେ । ମୋନାଲିସା ରାଉତଙ୍କ ଏହି ପୁରସ୍କାର ଲାଭ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପକ ବାଳକୃଷ୍ଣ ପାଢ଼ୀ, ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସହ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *