ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପବିତ୍ର ବାହୁଡ଼ା ଯାତ୍ରା ରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ମା ମନ୍ଦିରରୁ ଫେରିଛନ୍ତି ବଦ ଦେଉଳକୁ । ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉ ମନ୍ଦିରରେ ବାହୁଡ଼ା ଯାତ୍ରା ସହ ପ୍ରଭୁ ଜଗନ୍ନାଥଙ୍କର ସୁନା ବେଶ ଅନୁଷ୍ଠିତ ହୋଇଯାଇଛି । ବଡ଼ଠାକୁରଙ୍କୁ ସୁନା ମୁକୁଟ, ଅଣ୍ଟା ବିଛା, ଶଙ୍ଖ ,ଚକ୍ର, ପାଦ ପୟର ଆଦି ସୁନା ଲାଗି କରାଯାଇଛି । ବିଭିନ୍ନ ସୁଗନ୍ଧିତ ପୁଷ୍ପରେ ଶ୍ରୀଅଙ୍ଗ ଙ୍କୁ ସଜାଯାଇଛି । ରାଜ ପରିବାର ତରଫରୁ ଆଳତି ଓ ବନ୍ଦାପନା କରାଯିବା ସହ ବିଭିନ୍ନ ଫଳ ଓ ମିଠା ଲାଗି ହୋଇଥିଲା । ଯୁବରାଜ ଅମରଜ୍ୟୋତି ସିଂହଦେଓ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇ ଯାଇଥିଲା । ପୂଜା ପଣ୍ଡା ଭାଗିରଥି ପଣ୍ଡା, ଶ୍ରୀବତ୍ସ ମିଶ୍ର, ମଳୟ କର, କହଳିଆ ଟିକାନ ବେହେରା, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର , ଦେବୋତ୍ତର ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ତ୍ରିପାଠୀ ତଥା ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ୱବାଧାନରେ ସମସ୍ତ ପୂଜା ବିଧି କୋଭିଡ କଟକଣା ଏବଂ ନୀତିନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ !!

