ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା କୋଠୋବାଡି ନିର୍ମାଣ ଓ ମଜଦୁର ସଂଘର ଚିଲିକା ଶାଖା ତରଫରୁ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ୯ ଦଫା ଦାବି ନେଇ ସୋମବାର ଚିଲିକା ବ୍ଲକ ଘେରାଉ କରାଯାଇଥିଲା । ଏଥିରେ ଶହ ଶହ ମହିଳା ଶ୍ରମିକ ଅଶଂ ଗ୍ରହଣ କରିଥିଲେ । ସଭାନେତ୍ରୀ ସନ୍ତୋସିନି ସାହୁ ଓ ସମ୍ପାଦକ ନମିତା ସ୍ୱାଇଁ ଙ୍କ ନେତୃତ୍ୱରେ ସରକାରଙ୍କୁ ଦାବିପତ୍ର ଦେଇ ଚେତାବନୀ ଦିଆ ଯାଇଥିଲା ଯେ ଉକ୍ତ ୯ ଦଫା ଦାବି ଯଦି ସରକାର ନ ଶୁଣନ୍ତି ତେବେ ଆଗାମୀ ଦିନରେ ରାଜ୍ୟରେ ଯେଉଁ ଆନ୍ଦୋଳନ ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ । ସଂଘର ଦାବି ମୁତାବକ ମଜଦୁର ମାନଙ୍କୁ କରୋନା ସମୟରେ ଦିଆ ଯାଇଥିବା ୧୫୦୦ ଟଙ୍କା ସହାୟତା ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ଶ୍ରମିକ ପାଇ ନାହାନ୍ତି । ପଞ୍ଜୀକୃତ ଶ୍ରମିକଙ୍କର ୬୦ ବର୍ଷ ବୟସ ସୀମା ନିର୍ଦ୍ଧାରଣ ନକରି ମୃତ୍ୟୁ କାଳୀନ ସହାୟତା , ଶ୍ରମ କାର୍ଯ୍ୟାଳୟରେ ପଦବୀ ପୂରଣ କରିବା ଏବଂ ଯେଉଁ ଶ୍ରମିକ ସରକାର ଦେଇଥିବା ସହାୟତା ନ ପାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ପ୍ରଦାନ କରିବାକୁ ସଂଘ ଦୃଢ ଦାବି କରିଛି । ଉକ୍ତ ଘେରାଉରେ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ସଂଗଠନ ର ଖୋର୍ଦ୍ଧା ଜିଲ୍ଲା ସଭାପତି ଗଣେଶ୍ୱର ଦାସ ଏବଂ ସାଧାରଣ ସମ୍ପାଦକ ମୀନକେତନ ମହାନ୍ତି ଯୋଗଦେଇ ଶ୍ରମିକ ମାନେ ଯେଉଁ ଦୁର୍ଦ୍ଦଶା ଭୋଗ କରୁଛନ୍ତି ସେମାନଙ୍କ ଦୁଃଖ ନ ବୁଝିବା ପର୍ଯ୍ୟନ୍ତ ଆମର ଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ।
୯ ଦଫା ଦାବିରେ କୋଠୋବାଡି ଓ ମଜଦୁର ସଙ୍ଗର ଚିଲିକା ବ୍ଲକ ଘେରାଉ !!!

