ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଙ୍ଗ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଙ୍ଗ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ କରାଯାଇଛି । ବିକ୍ଷୋଭ ର କାରଣ ସମ୍ପର୍କରେ ଆନ୍ଦୋଳନକାରୀ ମାନେ କହିଛନ୍ତି କି , ଦୁଃଖ ଓ ପରିତାପର ବିଷୟ ଏହିକି ଯେ ରାଜ୍ୟ ସରକାର ଏସ୍.ଇ.ଏମ୍ ପଦବୀ ଉଚ୍ଛେଦ କରି ଗ୍ରାମ୍ୟ ଜଳ ଯୋଗାଣ କୁଶୀଳ ନିୟମ ପାଳନ , ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟ ଆଦେଶ ନାମାକୁ ପାଳନ କରି ସମାନ କାମକୁ ସମାନ ଦରମା, ଜନ ସାଧାରଣମାନଙ୍କୁ ସେବା ଦେଇ ସେମାନଙ୍କର ବୟସ ସୀମା ଅତିକ୍ରମ କରି ଯାଇଥିବାରୁ ତାଙ୍କୁ ୫ ବର୍ଷର ବୟସ ସୀମା କୋହଳ, ଦଶ ବର୍ଷର ପୂର୍ବ ବକେୟା ରାଶି ପ୍ରଦାନ, କାର୍ଯ୍ୟ କରୁଥିବା ସମୟରେ କର୍ମଚାରୀ ମାନେ ମୃତ୍ୟୁ ବରଣ କଲେ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ଓ ଉକ୍ତ ପରିବାରର ଜଣେ ବ୍ୟକ୍ତିଙ୍କୁ ସେହି ସଂସ୍ଥାରେ ନିଯୁକ୍ତି , ମେଗା ପ୍ରୋଜେକ୍ଟର ଜଳ ଯୋଗାଣ କର୍ମଋରୀ ମାନେ ନିଯୁକ୍ତି । ଏହି ଦାବି ଗୁଡିକୁ ବିଚାର ବିମର୍ଷ କରି ସମାଧାନ ର ବାଟ ବାହାର କରିବା ପାଇଁ ଆଜକୁ ୬୭ ତମ ଦିବସରେ ଆନ୍ଦୋଳନ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି । ଯେଉଁଥିପାଇଁ ପାନୀୟ ଜଳ ଯୋଗାଣ କର୍ମଚାରୀ ମାନଙ୍କ ମଧ୍ୟରେ ନିରାଶର ଛାୟା ସୃଷ୍ଟି ହୋଇଅଛି । ସରକାରଙ୍କ ଏପରି ବୈମାତୃକ ମନୋଭାବକୁ ଅନୁଭବ କରି ମହାସଂଘ ନିଷ୍ପତ୍ତି ଅନୁଯାୟୀ ଯେ ପର୍ଯ୍ୟନ୍ତ ଉକ୍ତ କର୍ମଚାରୀ ମାନଙ୍କୁ ନାଯ୍ୟ ଦାବି ମିଳି ପାରିନାହିଁ , ସେହି ପର୍ଯ୍ୟନ୍ତ ଜଳ ଯୋଗାଣ କର୍ମଚାରୀ ମାନଙ୍କର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଉକ୍ତ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *