ନାଚୁଣୀ ମହାବିଦ୍ୟାଳୟ ରେ ବିଶ୍ଵ ଏଡ଼ସ୍ ଦିବସ ପାଇଁ ସଚେତନତା କାର୍ଯ୍ୟକ୍ରମ !!!

0
306

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଶ୍ଵ ଏଡ଼ସ୍ ଦିବସରେ ଏଡ଼ସ୍ ନିରାକରଣ ଏବଂ ସଚେତନତା ର ଗୁରୁତ୍ୱ ଉପଲବ୍ଧି କରି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ୟୁନିଟ୍ ଏବଂ ଏନଏସଏସ ୟୁନିଟ୍ ତରଫରୁ ଏକ ସଚେତନତା ସଭା ନାଚୁଣୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ର ଯୋଗଦେଇ ଏଡ଼ସ୍ ସଚେତନତା ବିଷୟରେ ଆଲୋଚନା କରିଥିଲେ l ପ୍ରାଣୀବିଜ୍ଞାନ ର ଅଧ୍ୟାପିକା ଡାକ୍ତର. ଶ୍ୟାମତି ମଞ୍ଜୁଲତା ଏହି ସଭାରେ ଉପସ୍ଥିତ ହୋଇ ଏଡ଼ସ୍ ଉପରେ ଯୁବ ରେଡକ୍ରସ ର ସ୍ଵେଚ୍ଛାସେବୀ, ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ଏବଂ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ l ଯୁବ ରେଡକ୍ରସ ୟୁନିଟ୍ ର କାଉନସିଲର ବିଜୟ କୁମାର ଶତପଥୀ ସଭା ପରିଚାଳନା କରିବା ସହିତ ବିଶ୍ଵ ଏଡ଼ସ୍ ଦିବସର ଲକ୍ଷ ଏବଂ ଉଦ୍ଦେଶ୍ୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ଏନଏସଏସ ର ଅଧିକାରୀ ଜଗନ୍ନାଥ ଆଚାର୍ଯ୍ୟ ସ୍ଵେଚ୍ଛାସେବୀ ମାନଙ୍କୁ ଏଡ଼ସ୍ ବିଷୟରେ ସଚେତନ କରାଇଥିଲେ l ପରିଶେଷରେ ସ୍ଵେଚ୍ଛାସେବୀ ମାନେ ଏକ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ନାଚୁଣୀ ଅଞ୍ଚଳ ପରିକ୍ରମା କରିଥିଲେ l

LEAVE A REPLY

Please enter your comment!
Please enter your name here