ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବା ସମୟରେ ବଢ଼ିବାରେ ଲାଗିଛି ଦଳ ବଦଳ ପ୍ରକ୍ରିୟା . ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ଭବାନୀପୁର ପଞ୍ଚାୟତ ସାହାସପୁର ଗ୍ରାମର ଭାରତୀୟ ଜନତା ପାର୍ଟି ର ଆଗଧାଡିର କର୍ମୀ ଅମିତ ବଳିଆରସିଂହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ବିଜେଡି ରେ ସାମିଲ ହୋଇଛନ୍ତି . ବିଜେଡି ନେତା ତଥା ପୂର୍ବତନ ବିଧାୟକ ରଘୁନାଥ ସାହୁ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ , କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କିଛି କର୍ମୀ ମଧ୍ୟ ଉପସ୍ଥିତ ଥିଲେ .
ବିଜୁ ଜନତା ଦଳରେ ଯୋଗଦେଲେ ଅମିତ ବଳିଆରସିଂହ !!!

