ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ କୁ ପିଟିପିଟି ମାରିଦେଲା ସ୍ୱାମୀ !!!

Spread the love

!!! ମଦ୍ୟପ ବାପ ପାଇଁ ମାଆ ଛେଉଣ୍ଡ ହେଲେ ଦୁଇ ପିଲା !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଫତେଗଡ ଥାନା ଅନ୍ତର୍ଗତ ବାଇଗୁଣୀଆ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ମଦ୍ୟପାନ କରି ସ୍ୱାମୀ ନିଜର ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା । ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀ ର ହାତ ଧରି ବିବାହ କରିଥାଏ ସ୍ୱାମୀ , ସାତ ଜନମ ଏକାଠି ରହିବା ପାଇଁ । ସେହି ନିଷ୍ଠୁର ସ୍ୱାମୀ ଅତ୍ୟଧିକ ମଦ୍ୟପାନ କରି ଜୀବନ ସାରା ରହିବା ପାଇଁ ଶପଥ କରିଥିବା ସ୍ତ୍ରୀ କୁ କଲା ନୃଶଂସ ହତ୍ୟା । ନୟାଗଡ ଜିଲ୍ଲା ଭାପୁର ବ୍କକ ବାଇଗୁଣୀଆ ଗ୍ରାମ ତେଲିସାହିର ଦଣ୍ଡୁଆ ସେଣଙ୍କ ପୁଅ ବସନ୍ତ ସେଣ (୪୦) ଶୁକ୍ରବାର ଦିନ ନିଜ ଧର୍ମପତ୍ନୀ ହୁଲାସ (୩୬) କୁ କାଠ ଧଡାରେ ପିଟିପିଟି ମାରି ଦେଇଛି । ବସନ୍ତ ସେଣ ବାହାଡା ଛକରେ ଏକ ଆଳୁ ଦୋକାନରେ ଶ୍ରମିକ ଭାବେ କାମକରି ନିଜର ପରିବାର ଚଳାଉଥିଲେ । ଶୁକ୍ରବାର ଦିନ ରାତିରେ ଦୋକାନ କାମ ସାରି ଫେରିଥିଲେ । ବାଇଗୁଣୀଆ ପଞ୍ଚାୟତରେ ଏକ ଦଳୀୟ ବୈଠକରେ ଯୋଗଦେଇ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲେ । କୈଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ କଳହ ଲାଗିବାରୁ କାଠ ଧଡାରେ ପିଟିପିଟି ହତ୍ୟା କରିଥିଲେ ସ୍ତ୍ରୀ କୁ । ବସନ୍ତଙ୍କ ସାନଭାଇ ସନ୍ତୋଷ ଭୁବନେଶ୍ୱରରେ ଏକ ଚପଲ ଦୋକାନରେ କାମ କରନ୍ତି । ସକାଳେ ଭାଇ ବସନ୍ତ ସେଣ ଫୋନ କରି ଜଣାଇଥିଲେ ସେ ପିଟିପିଟି ତାଙ୍କ ସ୍ତ୍ରୀକୁ ହତ୍ୟା କରି ଦେଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ସେ ଆସି ଗାଁରେ ପହଞ୍ଚି ଫତେଗଡ ଥାନକୁ ଜଣାଇଥିଲେ । ଫତେଗଡ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବସନ୍ତ ସେଣଙ୍କୁ ଗିରଫ କରିବା ସହ ଶବ ଜବତ କରି ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଫତେଗଡ ପୋଲିସ ୨୩୨/୨୧ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରଖିଛି । ମୃତ ହୁଲାସର ଗୋଟିଏ ୧୪ ବର୍ଷର ଝିଅ ଓ ୧୦ବର୍ଷର ପୁଅ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *