ବଳରାମ ଜୀଉ ମନ୍ଦିର ରେ ଘୋଡୋଲାଗି ଷଷ୍ଠୀ ପର୍ବ ପାଳିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ମାର୍ଗଶୀର ମାସର ଷଷ୍ଠୀ ତିଥି କୁ ଘୋଡୋଲାଗି ରୂପେ ପାଳନ କରାଯାଇଛି । ସଂଧ୍ୟା ସମୟରେ ଠାକୁରଙ୍କୁ ସାଲ, ମଫଲର, ଶୀତ ବସ୍ତ୍ର ଲାଗୁ କରାଯାଇଥିଲା । ରାତ୍ର ଧୂପରେ ଅର୍ଣ୍ଣ, ଡାଲମା, କ୍ଷୀରି, ପୁଳି, ଖୁମ୍ବ ଆଳୁରେ ଗୂଡ଼ ଲାଗି ଭଜା ହୋଇ ଏହି ଷଷ୍ଠୀ ରେ ଭୋଗ ଲାଗି କରାଯାଇଥାଏ । ଏହିପର୍ବ ଦୀର୍ଘ ଏକମାସ ଧରି ବସନ୍ତ ପଞ୍ଚମୀ ଯାଏଁ ଚାଲୁ ରହିବା ସହ ସେଦିନକୁ ଓଲାଗି କରାଯିବ । ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ଯିମଦାର ବସନ୍ତ ରଥଙ୍କ ତତ୍ୱବାଧାନରେ ଏହି ରୀତିନୀତି ପାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *