ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ୍ସନ ଏଡ଼ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାରେ ପ୍ରଥମ ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ବୈଠକ ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷ ଏକରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଜିଲ୍ଲା ପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ବାଲ୍ୟ ବିବାହକୁ ରୋକିବା ପାଇଁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହି ଥିଲେ।ଓ ଯେଉଁ ମାନେ ନିଜର ବାଲ୍ୟ ବିବାହକୁ ରୋକି ପାରିଛନ୍ତି। ସେମାନଙ୍କୁ ନେଇ ଏଇ ମଞ୍ଚ ଗଠିତ ହୋଇ ଥିବାରୁ ସେ ଖୁସି ପ୍ରକାଶ କରିଥିଲେ।ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଆମ ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ପ୍ରତ୍ୟେକ ଟି କ୍ଷେତ୍ରରେ ମୁଁ ସମସ୍ତ ଙ୍କ ସହିତ ଅଛି କହି ଉତ୍ସ।ହିତ କରିଥିଲେ। ଯେଉଁ ଝିଅମାନେ ନିଜ କୁ ବାଲ୍ୟବିବାହ ରୁ ବଞ୍ଚାଇ ଏହି ମଞ୍ଚରେ ସାମିଲ ହେଉଛନ୍ତି। ସେମାନଙ୍କୁ ସମ୍ମାନୀତ କରିବାକୁ ନିର୍ଦ୍ଦେଶ ଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ବାଲ୍ୟ ବିବାହକୁ ରୋକିବାଏବଂ ଶିଶୁ ସୁରକ୍ଷାରେ ସଂପୃକ୍ତ ଥିବା ସରକାରୀ ଏବଂ ବେ ସରକାରୀ କର୍ମ କର୍ତ୍ତାଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କୃତ କରିବା ପାଇଁ ପ୍ରସ୍ତାବ ରଖିଥିଲେ।ଏହି ଅବସରରେ ଜିଲ୍ଲା ପାଳ ବାଲ୍ୟ ବିବାହକୁ ନା କହି ଥିବା ଓ ବାଲ୍ୟ ବିବାହ କୁ ରୋକିବା କ୍ଷେତ୍ରରେ ସହଯୋଗ କରୁଥିବା କିଶୋରୀ ବାଳିକା ମାନଙ୍କୁ ସମ୍ମାନ ପତ୍ର ଦେଇ ସମ୍ମାନୀତ କରି ଥିଲେ।ଏଥି ସହିତ ବାଲ୍ୟ ବିବାହକୁ ନ କହିବା ପ୍ଲାକାର୍ଡ ଜିଲ୍ଲା ପାଳ ଏବଂ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ଵାରା ପଦର୍ଶନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତି ମିନତୀ ଦେଈ,ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ସମସ୍ତ ପଞ୍ଚାୟତ ସମିତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସହିତ କିଶୋରୀ ବାଳିକା ଉପସ୍ଥିତ ରହି ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ମାଧ୍ୟମରେ ଜିଲ୍ଲାକୁ କିପରି ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଘୋଷଣା କରାଯିବ ସେଥିପାଇଁ ସମସ୍ତେ ଅଙ୍ଗୀକାର ବୋଲି ପ୍ରକାଶ କରି ଥିଲେ।ଏହି କାର୍ଯ୍ୟକ୍ରମ କୁ ଏକ୍ସନ ଏଡ଼ ର ଜିଲ୍ଲା ପ୍ରତିନିଧି ଶ୍ରୀ ବିକାଶ କୁମାର ମେହେର,ୟୁ ଏନ ଏଫ ପି ଏ ର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ପରିଚାଳନା କରିଥିଲେ।
ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ପ୍ରଥମ ବୈଠକ !!!

