କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜା ଏରଞ୍ଚ ସ୍ଥିତ ଗୋପବନ୍ଧୁ ପ୍ରୌଢ ନିବାସ ଠାରେ ଆନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇ ଯାଇଛି . ଏହି ଅବସରରେ ଉଲେଖନୀୟ କୃତିତ୍ୱ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଦକ୍ଷ ସଂଗଠକ ତଥା କର୍ମଯୋଗୀ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ରାଜ୍ୟ ସଭାପତି ଯୁବ ସମାଜସେବୀ ଇଂ.ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଵା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ବେହେରା ଯୋଗ ଦେଇଥିଲା ବେଳେ ମଧୁସୂଦନ ପତି, ନାରାୟଣ ମହାନ୍ତି, ମିନତି ପଣ୍ଡା, ରବିନାରାୟଣ ସିଂ, ହୃଷୀକେଶ ରଥ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ବୁଲେଇ ବେହେରା, ଧୀରେନ୍ଦ୍ର ବେହେରା, ପ୍ରିତିରଞ୍ଜନ କାଠୁଆ, ପ୍ରସନ୍ନ ବେହେରା, ଅସିଶ ବେହେରା, ଶଙ୍କର ବେହେରା, ତରୁଣ ବେହେରା ପରିଚାଳନା କରିଥିଲେ ।
ବିଶ୍ୱ ମାନବାଧିକାର ଦିବସରେ ସମ୍ବର୍ଦ୍ଧିତ ହେଲେ କର୍ମଯୋଗୀ ନାରାୟଣ ଚନ୍ଦ୍ର !!!

