ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୂର୍ବ ଶତ୍ରୁତାକୁ ନେଇ ବିବାଦ ଏବଂ ମରଣାନ୍ତକ ଆକ୍ରମଣ ଘଟଣାରେ ଇନ୍ଫୋସିଟି ଥାନାର ଏକତରଫା କାର୍ଯ୍ୟାନୁଷ୍ଠାନ ଅଭିଯୋଗ ! ପୁଲିସ କମିଶନର ଙ୍କୁ ଭେଟିବାକୁ ଆସିଲେ ପିଡୀତଙ୍କ ପରିବାର ! ଇନ୍ଫୋସିଟି ଥାନା ପଥରଗାଡ଼ିଆ ଗ୍ରାମର ପପୁ ଜେନାଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ଆକ୍ରମଣ କରିବା ସହ ତାଙ୍କ ପତ୍ନୀ ରଞ୍ଜିତା ଜେନାଙ୍କୁ ଗାଳି ଗୁଲଜ ଏବଂ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଦାଖଲ ହୋଇଛି ଏତଲା ! ତେବେ ପପୁ ଜେନାଙ୍କୁ ମାଡ଼ ମାରିଥିବା ଲୋକେ ଆଗୁଆ ଥାନାରେ ଦେଇଥିଲେ ଏତଲା ! ଯେଉଁ ମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ ! ଉଭୟ ପକ୍ଷର ଏତଲା ଆଧାରରେ ଇନ୍ଫୋସିଟି ପୁଲିସ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ! କିନ୍ତୁ ରଞ୍ଜିତାଙ୍କ ଏତଲାରେ ନାଁ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରୁନଥିବାରୁ ସେମାନେ ରଞ୍ଜିତା ଓ ତାଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି !
ମରଣାନ୍ତକ ଆକ୍ରମଣ ଘଟଣାରେ ଇନ୍ଫୋସିଟି ଥାନାର ଏକତରଫା କାର୍ଯ୍ୟାନୁଷ୍ଠାନ ଅଭିଯୋଗ !!!

