ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଅଙ୍କୁଲା ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ଚାଷୀ ଦିନରାତି ଏକ କରି ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରି ନିଜର କ୍ଷେତରେ ଚାଷକରି ସୁନାର ଫସଲ ଫଳାଇଥାଏ , ଯିଏ ଧରଣୀ ମାକୁ ସବୁଜ ରଙ୍ଗରେ ରଙ୍ଗେଇ ଥାଏ ସେଇ ଚାଷୀ ର ଫସଲ ଜଳିଗଲେ ଯେଉଁ ଦୁଃଖ ତାହା କିଏ ବୁଝିବ । ଆମେ କହୁଛୁ ଚିଲିକା ବ୍ଲକ ଅଙ୍କୁଲା ପଞ୍ଚାୟତର ବାସିନ୍ଦା ବଳରାମ ରାଉତ ଙ୍କ କଥା . ନିଜ କ୍ଷେତରେ ଫଳାଇଥିଲେ ସୁନାର ଫସଲ ହେଲେ ଦଇବ ତାକୁ ସାହା ହେଲା ନାହିଁ, ସୋମବାର ରାତିରେ ସାମନ୍ତସିଂହାର ପୁର ମୌଜା ର ସିଆରପି କମ୍ପାନୀ ର ବାମ ପାର୍ଶ୍ଵରେ ଥିବା ପାଖାପାଖି ଦେଢ଼ ଏକରରୁ ଉର୍ଦ୍ଧ ଚାଷ ଜମିର ଧାନ କୁ ଗଦା ମାରି ରଖିଥିବା ବେଳେ କିପରି ଓ କେମିତି ନିଆଁ ଲାଗିଲା ତାକୁ ନେଇ ସନ୍ଦେହରେ ଚାଷୀ ବଳରାମ ,ପାଖାପାଖି ୪୦କ୍ଵିଣ୍ଟାଲ ଧାନ କୁ ଅଗ୍ନି ଖାଇଗଲା । ସୋସାଇଟି ରୁ ଋଣ ଆଣି ଚାଷ କରିଥିଲେ ହେଲେ ଏବେ ଆଣିଥିବା ଋଣ କୁ କେମିତି ସୁଝିବେ ଏବେ ବଳରାମଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଛି . ଚିଲିକା ବ୍ଲକ ଆରଆଇ ଆସି ଦେଖି ପ୍ରତିଶ୍ରୁତି ଦେଇ ଯାଇଛନ୍ତି ଏବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ବଳରାମଙ୍କୁ କିଛି ସହାୟତା ।
ଧାନ ଗଦାରେ ଲାଗିଲା ନିଆଁ : ଜଳିଗଲା ଚାଷୀ ର ପରିଶ୍ରମ !!!

