ସଂଗ୍ରହାଳୟ ପାଲଟିଛି ଅର୍ଥ ସଂଗ୍ରହର ମାଧ୍ୟମ !!!

Spread the love

!!! ବିଭିନ୍ନ ବିଭାଗରୁ ଆସିଥିବା ଅନୁଦାନକୁ କରାଯାଇଛି ହଡପ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଗତ ଦିନରେ ସାମାଜିକ ଗଣମାଧ୍ୟମରେ ଏକ ସାକ୍ଷାତକାର ଆସିଥିଲା . ଯେଉଁଥିରେ ବାଙ୍କୀ ଅଞ୍ଚଳର ଜଣେ କରିତକର୍ମା ଶିକ୍ଷକ ( ପାର୍ଟ ଟାଇମ ) ମହାଶୟଙ୍କର ଫୁଲ ଟାଇମ କାମ ହେଲା ସବୁ ବିଜେଡି ମିଟିଙ୍ଗରେ ହାଜିରା ପକାଇ ନିଜ ଭାଷଣରେ ନେତାଙ୍କର ସ୍ତୁତି ଗାନ କରିବା . ସେ କହୁଥିଲେ ବାଙ୍କୀ ମହୋତ୍ସବ ଆଉ ଶୁକର୍ଣ୍ଣିକା ସଂଗ୍ରହାଳୟ ହେଉଛନ୍ତି ଯାଆଁଳା ଭାଇ ଭଉଣୀ . ଉଭୟ ସମାନ ତିଥିରେ ଜନ୍ମ , ଉଭୟ ସମାନ ଭାବରେ ଆଗକୁ ବଢି ଚାଲିଛନ୍ତି . ଉଭୟଙ୍କର ପୃଷ୍ଠପୋଷକ ସମାନ . ଏମିତିଆ ନାନା ପ୍ରକାର ର ଭେଳିକିଆ କଥା . ବାଙ୍କୀ ମହୋତ୍ସବ ସମ୍ପର୍କରେ କିଛି କହିବାର ନାହିଁ , ନିର୍ବିବାଦୀୟ ଭାବରେ ତାହା ବାଙ୍କୀ ମାଟିର ସ୍ୱାଭିମାନର ପ୍ରତୀକ . ବାଙ୍କୀ ଅଞ୍ଚଳର କଳା ସାହିତ୍ୟ ସଂସ୍କୃତି ଏବଂ ଐତିହ୍ୟକୁ ଦିଗନ୍ତ ପ୍ରସାରୀ କରାଇବାରେ ତାହା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି . ତେବେ ବାଙ୍କୀ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ତଥା ଶୁକର୍ଣ୍ଣିକା ସଂଗ୍ରହାଳୟ ର ପ୍ରତିଷ୍ଠାତା ଗଣେଶ୍ୱର ସ୍ୱାଇଁ କେଉଁ ଆଧାରରେ ବାଙ୍କୀ ମହୋତ୍ସବର ଗାରିମା ସହିତ ଶୁକର୍ଣ୍ଣିକା ସଂଗ୍ରହାଳୟ ର ସ୍ଥିତିକୁ ତୁଳନା କଲେ ତାହାର ଏକ ଅନୁସନ୍ଧାନମୂଳକ ଖବର ସଂଗ୍ରହ ପାଇଁ ଆମେ ଚେଷ୍ଟା କରିଥିଲୁ .

କଳାପଥର ଗ୍ରାମପଞ୍ଚାୟତ ପର୍ଶୁରାମପୁର ଗ୍ରାମରେ ଅବସ୍ଥିତ ଶୁକର୍ଣ୍ଣିକା ସଂଗ୍ରହାଳୟ ର ଯାହା ଅବସ୍ଥା ଦେଖିଲୁ ତାହା ବାସ୍ତବରେ ଚିନ୍ତାଜନକ . ସିଧା ଭାବରେ କହିଲେ ସେଠି ସଂଗ୍ରହାଳୟ ପ୍ରତିଷ୍ଠା ନାମରେ ଏତେ ଅର୍ଥ ତୋଷରପାତ ହୋଇଛି ଯେ , ତାହା ତଦନ୍ତ ସାପେକ୍ଷ ମଧ୍ୟ . ସୂଚନା ଅନୁସାରେ ଯେଉଁ ସମୟରେ ଶୁକର୍ଣ୍ଣିକା ସଂଗ୍ରହାଳୟ ର ପ୍ରତିଷ୍ଠାତା ଗଣେଶ୍ୱର ସ୍ଵାଇଁଙ୍କର ବିଜେଡି ମିଟିଂ ରେ ଉପସ୍ଥିତି କୁ ନେଇ ଯୁବ କଂଗ୍ରେସ ପ୍ରଶ୍ନ ଉଠାଇଥିଲା , ଏପରିକି ମିଟିଂ ର ଏକ ଫଟୋ କୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା , ଠିକ ସେଇ ସମୟରେ ବାଙ୍କୀ ବିଜେଡିର ଜଣେ ନେତାଙ୍କ କୃପାରୁ ଆଉ ପାଞ୍ଚଲକ୍ଷ ଅନୁଦାନ ହାତେଇ ନେଲେ ପ୍ରତିଷ୍ଠାତା ମହାଶୟ . ତେବେ ସଂଗ୍ରହାଳୟ ପାଇଁ ଅନୁଦାନ ଦିଆଯାଉ ମନା ନାହିଁ , କିନ୍ତୁ ତାହା ଅନୁଷ୍ଠାନର ହିତରେ ଲାଗୁଛି କିମ୍ବା ତାହା କାହା ପକେଟ କୁ ଯାଉଛି ସେ ଖବର କାହା ପାଖରେ ନାହିଁ . ସମସ୍ତ କଳା କାରନାମାର ଆମେ କରିବୁ ଖୁଲାସା , ପଣ୍ଡିତ ଜୀ ବିଜେଡି ଚାଳିଶା ଗାନ କରି ନେତାଙ୍କୁ ଖୁସି କରି କେତେ ଅର୍ଥ ହଜମ କରିଛନ୍ତି ତାହାର କଚା ଚିଠା ଖୁବ ଶୀଘ୍ର ଲୋକଙ୍କ ସାମନାକୁ ଆସିବ . ଶୁକର୍ଣ୍ଣିକା ସଂଗ୍ରହାଳୟ ନାମରେ କେତେ ଅର୍ଥ ସଂଗ୍ରହ କରିଛନ୍ତି ତାହାର ହିସାବ ଦେବେ ପ୍ରତିଷ୍ଠାତା ମହାଶୟ . ସରକାରୀ ସ୍କୁଲ ରେ ଚାକିରୀ କରି ମାସକୁ ଚାଳିଶ ହଜାର ନ ଟଙ୍କା ଦରମା ପାଉଥିବା ଲୋକ କାହା ଛତ୍ରଛାୟାରେ ରହି , ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରୁ କୋଟି କୋଟି ତାଙ୍କ ଅନୁଦାନ ହାତେଇଛନ୍ତି ତାହା ନିଶ୍ଚୟ ତଦନ୍ତ ପରିସରକୁ ଆସିବ .

ଅଧ୍ୟାୟ ସରିନି ….
କ୍ରମଶଃ ……

Leave a Reply

Your email address will not be published. Required fields are marked *