ଓଡିଶା ସାମ୍ବାଦିକ ୟୁନିଅନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ଜୟଦେବ ଭବନ ପରିସରରେ ଆୟୋଜିତ ହୋଇଯାଇଛି ଓଡିଶା ସାମ୍ବାଦିକ ୟୁନିଅନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ . ସଂଗଠନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ରାଜ୍ୟ ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ , ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୂଖ ଅତିଥି ଭାବରେ ଯୋଗଦାନ କରିଥିଲେ . ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି , ସାମାଜିକ ନିରାପତ୍ତା ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଉପରେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ .

ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧି ମାନେ ଯୋଗ ଦେଇଥିବା ସମୟରେ ବିଭିନ୍ନ ଜିଲ୍ଲାରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ପ୍ରତିନିଧି ମାନଙ୍କୁ ଓୟୁଜେ ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି . ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଉପ ସଭାପତି , ସାଧାରଣ ସମ୍ପାଦକ , ସହ ସମ୍ପାଦକ ଏବେ କୋଷାଧ୍ୟକ୍ଷଙ୍କ ସମେତ ବିଭିନ୍ନ ଜିଲ୍ଲା କମିଟିର ସଭାପତି ସମ୍ପାଦକ ଏବଂ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ .

Leave a Reply

Your email address will not be published. Required fields are marked *