ବାଣପୁର ବାଲୁଗାଁ ବାଇପାସରେ ବସକୁ ଧକ୍କା ଦେଲା ଟ୍ରକ୍ : ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର ବାଇପାସରେ ଘଟିଯାଇଛି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଗାଡ଼ି ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ‘ଗାନ୍ଧୀ’ ନାମକ ଏକ ବସ ବାଣପୁର – ବାଲୁଗାଁ ବାଇପାସ ଠାରେ ଯାତ୍ରୀଙ୍କୁ ନେବା ପାଇଁ ଅଟକିଥିଲା । ତେବେ ବାଣପୁର ଥାନା ଦୀକ୍ଷିତପଡା ଗ୍ରାମର ବୋଲେରୋ ଚାଳକ ସିଦ୍ଧାନ୍ତ ରଣସିଂହ କିଛି ଯାତ୍ରୀଙ୍କୁ ବୋଲେରୋରେ ନେଇ ଉକ୍ତ ବସରେ ଛାଡିବାକୁ ଯାଇଥିଲେ । ଠିକ ସେହି ସମୟରେ ହଠାତ ପଛପଟୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ବ୍ରହ୍ମପୁର ଯାଉଥିବା ଏକ କ୍ଷୀର ବୋଝେଇ ଅଶୋକ ଲେଲ୍ୟାଣ୍ଡ ଗାଡ଼ି ‘ଗାନ୍ଧୀ’ ବସକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ବସ ପାର୍ଶ୍ୱରେ ଠିଆ ହୋଇଥିବା ବୋଲେରୋ ଚାଳକ ସିଦ୍ଧାନ୍ତଙ୍କୁ ବସଟି କିଛି ବାଟ ଭିଡି ନେଇ ଯାଇଥିଲା । ଦୁର୍ଘଟଣାରେ ସିଦ୍ଧାନ୍ତଙ୍କ ବାମ ଗୋଡ଼ ଏବଂ ବାମ ହାତଟି ନଷ୍ଟ ହୋଇ ଯାଇଥିବାର ଜଣାପଡିଛି ।
ସଙ୍ଗେସଙ୍ଗେ ସ୍ଥାନୀୟ ଜନସାଧାରଣ ସିଦ୍ଧାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରି ଦେଇଛନ୍ତି । ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *