କନ୍ଦରପୁର ମହୋତ୍ସବ – ୨୦୨୧ରେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବେ ସମାଜସେବୀ ଅଜୟ କୁମାର ବେହେରା !!!

Spread the love

କଟକ ସଦର ( ଆୱାଜ୍ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର କଳାବିହାର କନ୍ଦରପୁରର ୧୮ ତମ ବାର୍ଷିକ ଉତ୍ସବ ଏବଂ ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଚଳିତ ବର୍ଷ ଡିସେମ୍ବର ମାସ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଉମାକାନ୍ତ ମଣ୍ଡପରେ ପାଳିତ ହେବ . ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ଅଜୟ କୁମାର ବେହେରା ମହୋଦୟ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବାକୁ ସଦୟ ସୀକୃତି ପ୍ରଦାନ କରିଛନ୍ତି । ଆୟୋଜିତ ବୈଠକରେ ସଂପାଦକ ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ, କବି ପିତାମ୍ବର ମହାପାତ୍ର, ସାହିତ୍ୟିକ ଶୁକଦେବ ପରିଡ଼ା, ଅଭିରାମ ସାହୁ, ପ୍ରଫୁଲ୍ଲ ଦାସ, ପ୍ରଲବ୍ୟ ମହାପାତ୍ର, ଦୈତାରୀ ପ୍ରଧାନ, ହେମନ୍ତ ପ୍ରଧାନ, ଶ୍ରୀଧର ସ୍ଵାଇଁ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତି ଥିଲେ ।

Leave a Reply

Your email address will not be published. Required fields are marked *